www.samajalive.in
Sunday, December 14, 2025
19.1 C
Bhubaneswar

ମିଠା ଦୋକାନରେ ଅଗ୍ନିକାଣ୍ଡ: ଜଣେ ମୃତ, ୨ ଆହତ

ରାଉରକେଲା: ଧନତେରସ ଓ ଦୀପାବଳୀ ପାଇଁ ମିଠା ଦୋକାନରେ ମିଠା ତିଆରି ବେଳେ ଅଗ୍ନିକାଣ୍ଡ ଘଟି ଜଣେ କାରିଗରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ପାନପୋଷ ଛକ ନିକଟରେ ଥିବା ଓମ୍‌ ସୁଇଟସ ଦୋକାନରେ ଏହି ଅଘଟଣ ଘଟିଛି। ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ଶନିବାର ଦୋକାନରେ କାରିଗର ମାନେ ମିଠା ତିଆରି କରୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁର ମାତ୍ରା ତୀବ୍ର ଥିବାରୁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଥିଲା। ନିଆଁ ଲାଗି ଦୋକାନର ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା। ହଠାତ ନିଆଁ ଲାଗିବା ଦେଖି ମିଠା ତିଆରିରେ ସହାୟତା କରୁଥିବା କର୍ମଚାରୀମାନେ ଦୋକାନ ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ। କିଛି କର୍ମଚାରୀ ଦୋକାନ ଭିତରୁ ବାହାରିବାରେ ସମର୍ଥ ହୋଇଥିବାବେଳେ ମୁଖ୍ୟ ମିଠା କାରିଗର ଅରୁଣ କୁମାର(୪୨) ଭିତରୁ ବାହାରି ନ ପାରି ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳୁଛି। ଦୋକାନ ଭିତରେ ହିଁ ଅରୁଣଙ୍କ ମୃତ୍ୟୁ ଘଟିଥିଲା। ନିଆଁ ଦାଉରୁ ରକ୍ଷା ପାଇଯାଇଥିବା ଅନ୍ୟ ଦୁଇ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଆରଏସ୍‌ପି ଓ ରାଜ୍ୟ ସରକାରଙ୍କ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଦମକଳ ବାହିନୀ କର୍ମଚାରୀ ଓ ରଘୁନାଥପାଲୀ ପୁଲିସ ମୃତ କାରିଗର ଅରୁଣଙ୍କ ଶରୀରକୁ ଦୋକାନ ଭିତରୁ ବାହାର କରିଥିଲେ। ଆହତ ୨କର୍ମଚାରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିିକିତ୍ସା କରାଯାଇଥିବା ବେଳେ ସେମାନେ ଏବେ ବିପଦମୁକ୍ତ ଥିବା ଜଣାପଡିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ଓ ପୁଲିସ ପକ୍ଷରୁ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରାଯାଉଛି। ସହରର ଏକ ଜନଗହଳିପୂର୍ଣ୍ଣ ମାର୍କେଟରେ ଏଭଳି ଅଗ୍ନିକାଣ୍ଡ ଆଖପାଖ ଅଞ୍ଚଳରେ ଭୟର ବାତାବାରଣ ସୃଷ୍ଟି କରିଥିଲା।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories