www.samajalive.in
Saturday, December 6, 2025
14.1 C
Bhubaneswar

୧୭ ବର୍ଷର ବାଳକ ମୂତ୍ରାଶୟରୁ ବାହାରିଲା ୧ କେଜି ଓଜନର ପଥର

ମୁମ୍ବଇ: ଜଣେ ୧୭ ବର୍ଷ ବୟସ୍କ ବାଳକ ମୂତ୍ରାଶୟରୁ ୧ କିଲୋଗ୍ରାମ ଓଜନର ପଥରକୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି। କୋଲକାତାର ବାସିନ୍ଦା ଏହି ବାଳକ ଶରୀରରେ ମୁମ୍ବଇରେ ଅସ୍ତ୍ରୋପଚାର କରାଯାଇ ପଥର ବାହାର କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବାଳକ ଜଣକ ଅନାଥ ହୋଇଥିବାରୁ ଡାକ୍ତରମାନେ ତାଙ୍କର ମାଗଣାରେ ଅସ୍ତ୍ରୋପଚାର କରିଥିଲେ।
ରୁବେନ ଶେଖ୍‍ ନାମକ ଏହି ବାଳକ ଜନ୍ମ ସମୟରୁ ତାଙ୍କ ମୂତ୍ରାଶୟ ସ୍ପଷ୍ଟ ଭାବରେ ବାହାରକୁ ଦେଖାଯାଉଥିଲା। ତାହାସହିତ ତାଙ୍କର ଯୋ÷ନାଙ୍ଗ ମଧ୍ୟ ଠିକ ଆକାରର ନଥିଲା। ଚିକିତ୍ସା ବିଜ୍ଞାନ ଅନୁଯାୟୀ ସେ ଏକ୍ସଷ୍ଟ୍ରୋଫାଏ ଏପିସ୍ପାଡିଆସ୍‍ କଂପ୍ଲେକ୍ସ (ଇଇସି)ରେ ଆକ୍ରାନ୍ତ ଥିଲେ। ଏହି ରୋଗରେ ମୂତ୍ରାଶୟରେ ସ୍ୱାଭାବିକ ଭାବରେ ମୂତ୍ର ରହିନଥାଏ, ଯଦ୍ଦ୍ୱାରା ମୂତ୍ର ଅନିୟନ୍ତ୍ରିତ ଭାବରେ ବାହାରିଯାଏ। ଏଭଳି ଶାରୀରିକ ଅବସ୍ଥା ପ୍ରତି ୧ ଲକ୍ଷ ସନ୍ତାନ ଜନ୍ମ କ୍ଷେତ୍ରରେ ଜଣଙ୍କ ଠାରେ ଦେଖିବାକୁ ମିଳିଥାଏ ବୋଲି ଚିକିତ୍ସକମାନେ ମତ ଦେଇଛନ୍ତି।
ମୁମ୍ବଇର ଚିକିତ୍ସକ ଡା. ରାଜୀବ ରେଡକର ଏହି ବାଳକୁ ଦ୍ୱିତୀୟ ଥର ପାଇଁ ନୂଆ ଜୀବନ ଦେଇଛନ୍ତି। ପ୍ରାୟ ୧୫ ବର୍ଷ ତଳେ ସେ ଏହି ବାଳକର ଚିକିତ୍ସା କରିଥିଲେ। ସେହି ସମୟରେ ରୁବେନଙ୍କ ମୂତ୍ରାଶୟ ଆକାର ବୃଦ୍ଧି କରାଯିବା ସହିତ ତାଙ୍କ ପେଟରେ ଏକ ନଳୀ ତିଆରି କରାଯାଇଥିଲା, ଯାହାଫଳରେ ସେ ଏକ କ୍ୟାଥେଟରରେ ପରିସ୍ରା କରିପାରିବେ। ଆପେଣ୍ଡିକ୍ସରୁ ଏହି ନଳୀକୁ ଏକ କ୍ଷୁଦ୍ର ଛିଦ୍ର କରାଯାଇ ମୂତ୍ରାଶୟ ସହିତ ସଂଯୁକ୍ତ କରାଯାଇଥିଲା। ତେବେ ଚିକିତ୍ସା ପରେ ବାଳକ ଜଣକ କୋଲକାତା ଫେରିଯାଇଥିଲେ ତାହା ପରବର୍ତ୍ତୀ ଚିକିତ୍ସା ପାଇଁ ଆଉ ଆସିନଥିଲେ। ପରବର୍ତ୍ତୀ ସମୟରେ ରୁବେନ ଅସୁସ୍ଥ ଓ ଯନ୍ତ୍ରଣା ଅନୁଭବ କରିବା ସହିତ ମୂତ୍ର ରୋକିପାରୁନଥିଲେ। ଏହାପରେ ସେ ଗତମାସରେ ଡା. ରେଡକରଙ୍କ ସହିତ ଯୋଗାଯୋଗ କରିଥିଲେ। ଜଣେ ବ୍ୟକ୍ତିଙ୍କ ସହିତ ସେ ମୁମ୍ବଇରେ ପହଞ୍ଚିଥିଲେ। ଡା.ରେଡକରଙ୍କ ନେତୃତ୍ୱରେ ଏକ ଚିକିତ୍ସକ ଦଳ ତାଙ୍କ ତଳିପେଟରେ ଅସ୍ତ୍ରୋପଚାର କରି ମୂତ୍ରାଶୟରୁ ଏକ ନଡିଆ ଆକାରର ବୃହତ କ୍ୟାଲସିୟମ ଅକ୍ସାଲେଟ ପଥରକୁ ବାହାର କରିଥିଲେ। ଜୁନ ୩୦ ତାରିଖରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଏହି ପଥର ଲମ୍ବ ୧୩.୪ ଇଞ୍ଚ ଏବଂ ଓଜନ ୧ କିଲୋଗ୍ରାମ ଥିଲା। ସଂପ୍ରତି ରୁବେନ ସୁସ୍ଥ ଅଛନ୍ତି। ତେବେ ତାଙ୍କର ନିୟମିତ ଡାକ୍ତରୀ ଚିକିତ୍ସା ଓ ଦେଖାଶୁଣାର ଆବଶ୍ୟକତା ରହିଥିବା ଡା.ରେଡକର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories