www.samajalive.in
Saturday, December 6, 2025
14.1 C
Bhubaneswar

ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ବଣ୍ଟନ

ପଦ୍ମପୁର : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ଆଇଡିଆଲ୍ ପବ୍ଲିକ ସ୍କୁଲ, ମୁକୁନ୍ଦ ବିହାର ପରିସରରେ ଭାରତୀୟ ଜୀବନ ବୀମା ରାୟଗଡ଼ା ଶାଖା ଆନୁକୁଲ୍ୟରେ ବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀଙ୍କୁ ନେଇ ଅଧ୍ୟୟନରେ ଉତ୍ସାହିତ କରିବା ପାଇଁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ଭାରତୀୟ ଜୀବନ ବୀମା ବରିଷ୍ଠ ଶାଖା ପରିଚାଳକ ସନ୍ତୋଷ କୁମାର ପାତ୍ର,ଶାଖା ପରିଚାଳକ ଖଦାଳ ସେଟ୍ଟୀ, ଜୀବନ ବୀମା ଡିଇଓ ଆକ୍ଷରିକ ପରିଡ଼ା, ଏଲଆଇସି ଏଜେନ୍ଟ ସନ୍ଧ୍ୟା ରାଣୀ ସାହୁ, ସମ୍ମାନୀତ ଅତିଥି ଭାବେ ଅବସପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପଣ୍ଡା ଉପସ୍ଥିତ ରହିଥିଲେ। ୧୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସୁଶ୍ରୀ ସଂଚିତା ପଣ୍ଡା, ଛାୟା ଶ୍ରୀରାମ, ସଂସ୍କୃତି ସାହୁ, ସ୍ଥିତି ପ୍ରଜ୍ଞା ଗୌଡ, ଖିରାବ୍ଦୀ ତନୟା ସାହୁ, ଜସ୍ମିନ ରଣା, ହେମଙ୍ଗିନି ପଣ୍ଡା, ଆଖିଲା ସାହୁ, ଶାଲିନି ରଣା, ଶୁଭମ୍ ରଣା ୨୦୨୧-୨୨ ଶିକ୍ଷା ବର୍ଷ ର ଯୋଗ୍ୟ ମେଧାବୀ ଛାତ୍ର ଛାତ୍ରୀ ଭାବରେ ପରିଗଣିତ ହୋଇ ଉପହାର ସଦୃଶ ଭାରତୀୟ ଜୀବନ ବୀମା ତରଫ ରୁ ପ୍ରମାଣ ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ସାହୁ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ତ୍ରିପତି ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ମୀତୁ ପାଢ଼ୀ, ଅର୍ପିତା ପଣ୍ଡା, ହରିପ୍ରିୟା ପାଢ଼ୀ,ମଧୁସ୍ମିତା ମାଝି ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories