www.samajalive.in
Saturday, December 6, 2025
15.1 C
Bhubaneswar

ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ମାଲାକାନଗିରି ଗସ୍ତ

ମାଲାକାନଗିରି : ଆଜି ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ଦିନିକିଆ ମାଲାକାନଗିରି ଗସ୍ତ ।  ସେ ପ୍ରଥମେ ମାଲକାନଗିରି ଜିଲ୍ଲାର ଲାଲଗଡ଼ କୁହା ଯାଉଥିବା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଥିଲେ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତ ଠାରେ ନୂତନ କରି ନିର୍ମାଣ ହୋଇଥିବା ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ସହ ସେଠିକାର ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ କିପରି ଭାବେ ସେହି ଅଞ୍ଚଳର ଲୋକ ମାନଙ୍କ ମନରୁ ମାଓ ଭୟ ହଟିବ ଓ ସରକାରଙ୍କ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟ କରି ହେବ ଓ ଲୋକେ କିଭଳି ତା’ର ସୁବିଧା ପାଇବେ ସେ ସମ୍ବନ୍ଧରେ ଏକ ଆଲୋଚନା ହୋଇଥିଲା । ଏହାପରେ ମାଥିଲି ଠାରେ ନିର୍ମାଣ ହୋଇଥିବା ନୂତନ ପୁଲିସ ଗୃହକୁ ଉଦଘାଟନ କରାଯାଇଥିଲା ଓ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ମାଓ ଦମନ ଉପରେ ଏକ ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା ।
ଆଜି ଡିଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ସେ ଯନ୍ତ୍ରୀ ପଂଚାୟତରେ ନୂତନ କରି ହୋଇଥିବା ବିଏସଏଫ କ୍ୟାମ୍ପ ପରିଦର୍ଶନ ନିମନ୍ତେ ଯାଇଥିଲେ । ତେବେ ଏହି ସମୟରେ ଯନ୍ତ୍ରୀ , ପନସପୁଟ , ନାକାମାମୁଡ଼ି ଓ ଅନ୍ଣ୍ଡାପଲି ଗ୍ରାମର ୫୦ ରୁ ଅଧିକ ମାଓ ମିଲିସିଆ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories