www.samajalive.in
Saturday, December 6, 2025
26.1 C
Bhubaneswar

କରୋନା କବଳରେ ସୋନିଆ; ବୈଠକରେ ସାମିଲ ଅନେକ ନେତା ସଂକ୍ରମିତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ବ୍ୟତୀତ ବୈଠକକୁ ଆସିଥିବା କିଛି ନେତା ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି। ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା, ଏହାପରେ ତାଙ୍କ ପରୀକ୍ଷା କରାଯିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଗତ ସପ୍ତାହେ ମଧ୍ୟରେ ସୋନିଆ ଅନେକ ନେତା, କର୍ମୀଙ୍କୁ ଭେଟିଥିଲେ ଯେଉଁଥିପାଇଁ ସେମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି ବୋଲି ସୁରଜେୱାଲା କହିଛନ୍ତି। ସେ ଆହୁରି କହିଛନ୍ତି, ସୋନିଆ ନିଜକୁ ସଙ୍ଗରୋଧରେ ରଖିଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ନେତାଙ୍କୁ ପରୀକ୍ଷା କରାଇ ନେବାକୁ ସେ ନିବେଦନ କରିଛନ୍ତି। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ଚାଲିଛି। ଖୁବଶୀଘ୍ର ସେ ସୁସ୍ଥ ହୋଇଯିବେ।

ଉଲ୍ଲେଖଯୋଗ୍ୟ, ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ହାଜର ହେବାକୁ ଗତକାଲି ସମନ ହୋଇଛି। ସୁରଜେୱାଲା କହିଛନ୍ତି ସୋନିଆ ଗାନ୍ଧୀ ତାଙ୍କୁ ବିଶେଷ ଭାବରେ କହିଛନ୍ତି ଯେ, ସେ ୮ ତାରିଖରେ ଇଡି କାର୍ଯ୍ୟାଳୟରେ ନିଶ୍ଚିତ ହାଜର ହେବେ।

- Advertisement -

 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories