ଲୋକଙ୍କ କାଳ ସାଜିଛି ଥୁଣ୍ଟା ଶିମିଳିଗଛ

ଫୁଲବାଣୀ : ଦୀର୍ଘଦିନ ହେଲା ବିପଦ ସଂକୁଳ ଅବସ୍ଥାରେ ରାସ୍ତାରେ ଠିଆ ହୋଇଛି ଏକ ଥୁଣ୍ଟା ଶିମିଳିଗଛ। ପରିସ୍ଥିତି ଏଭଳି ହେଲାଣି ଯେ, ସାମାନ୍ୟ ପବନ ହେଲେ ଆଖ ପାଖରେ ରହୁଥିବା ଲୋକ ମାନେ ଭୟଭୀତ ହୋଇ ଘରୁ ପଦାକୁ ଚାଲି ଆସୁଛନ୍ତି। କେଉଁ ମୁହୁର୍ତ୍ତରେ ଗଛଟି ଟଳି ପଡ଼ିବ ତାହା କହିହେଉନାହିଁ। ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ବ୍ଳକ କଲୋନିରେ ଥିବା ବହୁ ପୁରୁଣା ଶିମିଳିଗଛ ଏବେ ଏଭଳି ବିପଦ ସଂକୁଳ ଅବସ୍ଥାରେ ରହିଛି। ଅନେକ ଥର ପବନରେ ଗଛର ଡ଼ାଳ ଭାଙ୍ଗି ତଳେ ପଡ଼ିଲାଣି। ଉକ୍ତ ବ୍ଳକ କଲୋନିରେ ରହୁଥିବା ବ୍ୟକ୍ତିମାନେ ସେହି ରାସ୍ତାଦେଇ ଏବେ ଯାତାୟତ କରିବାକୁ ମଧ୍ୟ ଭୟ କଲେଣି। ଦୁର୍ଭାଗ୍ୟ ବଶତଃ ଯଦି ଗଛ ଉପୁଡ଼ିପଡ଼ିବ ତେବେ ଘର ମଧ୍ୟ ମାଡ଼ିବସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା। ଗଛଟିକୁ କାଟିବା ପାଇଁ କଲୋନି ବାସୀ ଫୁଲବାଣୀ ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ବନ ବିଭାଗ କର୍ତ୍ତୁପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ଏଥି ପ୍ରତି ବ୍ଳକ ଓ ବନ ବିଭାଗ ତୁରନ୍ତ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଅଞ୍ଚଳର କଲୋନିର ଭାସ୍କର ପତି , ପ୍ରମିଳା ପତି , କାଳି ଚରଣ ନନ୍ଦ , ଜିବନ ଜ୍ୟୋତି ଜେନା , ଆକାଶ ସ୍ୱାଇଁ , ସୁରମା ସାହୁ , ବି,କେ.ମହାନ୍ତି , ଦିବ୍ୟ ରଂଜନ ରାଉତ , ଅଭୟ କୁମାର ପଣ୍ଡା , ଜ୍ୟୋସ୍ନାରାଣି ଦାସଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ନିବେଦନ କରିଛନ୍ତି। ଏନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ମଧ୍ୟ କଲୋନିବାସୀ ପ୍ରଦାନ କରିଥିବା ପ୍ରକାଶ।

Comments are closed.