www.samajalive.in
Saturday, December 6, 2025
14.1 C
Bhubaneswar

ସୁଗୁଡା ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରିଣୀ ନିଲମ୍ବିତ

ଦେବଗଡ : ତିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରିଣୀ ଲୀଲାବତୀ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ଜଣାପଡିଛି। ତାଙ୍କୁ ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି।  ଏଥିସହ ତାଙ୍କ ନିମନ୍ତେ ପ୍ରଶାସନର ନିୟନ୍ତ୍ରଣରେ ଦେବଗଡ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଜିଲା ପରିଷଦ) କାର୍ଯ୍ୟାଳୟ ଧାର୍ଯ୍ୟ କରାଯାଇଛି।
ସେହିପରି ନିଲମ୍ବନ ସମୟ ସୀମା ମଧ୍ୟରେ ନିଲମ୍ବିତ ପଂଚାୟତ ନିର୍ବାହୀ ଅଧିକାରିଣୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତଥା ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ଉନ୍ନୟନ ଅଧିକାରୀ)ଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡି ଯାଇ ପାରିବେ ନେହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ଥିବା ଜଣାପଡିଛି।
ସୂଚନା ଯୋଗ୍ୟ ଯେ, ପଂଚାୟତ ନିର୍ବାହୀ ଅଧିକାରିଣୀଙ୍କ ବିରୁଦ୍ଧରେ ପୂର୍ବରୁ ବିଭିନ୍ନ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା। ଅନ୍ୟ ପକ୍ଷରେ ଗତ ସୋମବାର ଦିନ ସୁଗୁଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଜଣେ ଅସହାୟ ବୃଦ୍ଧା ସେଠାରେ ପହଂଚି ପଂଚାୟତ ନିର୍ବାହୀ ଅଧିକାରିଣୀଙ୍କୁ ଭତ୍ତା କରାଇଦେବାକୁ କହି ତାଙ୍କ ଠାରୁ ୫ଶହ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ। ଫଳରେ ଜିଲାପାଳ ଶ୍ରୀ ଉପାଧ୍ୟାୟ ନିର୍ବାହୀ ଅଧିକାରିଣୀଙ୍କ ବିରୁଦ୍ଧରେ ବିରକ୍ତି ପ୍ରକାଶ କରିବା ସହ ଅଭିଯୋଗର ତଦନ୍ତ କରିବାକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories