www.samajalive.in
Saturday, December 6, 2025
16.1 C
Bhubaneswar

ରେଳବାଇ ଡିଆରଏମଙ୍କୁ ସାକ୍ଷାତ କଲେ ବିଜେପି କର୍ମୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଷ୍ଟେସନରେ ରେଳ ରହିବା ପାଇ ‘ଖ’ ଜୋନ ର ବିଜେପି ଦଳ ପକ୍ଷରୁ ବିଶାଖାପାଟଣାର ଡିଆରଏମଙ୍କୁ ସାକ୍ଷାତ କରି ଫେରିଥିବା ଜଣାପଡିଛି । ଆଜି ସିକରପାଇ ଖ ଜୋନର ବିଜେପି ଦଳର ସଭାପତି ମନୋଜ କୁମାର ସେଠୀଙ୍କ ନେତୃତ୍ୱରେ ୪ଜଣିଆ ଏକ ଦଳ ବିଶାଖାପାଟଣା ରେଳବାଇ ବିଭାଗର ମୁଖ୍ୟ ଡିଆରଏମ ଅନୁପ କୁମାର ଶତପଥୀ ,ଲକ୍ଷ୍ମୀପୁର ରେଳବାଇର ସବ-ଇନିସ୍ପେକ୍ଟର ଆପରାଓ,ବିଶାଖାପାଟଣା ଇଣ୍ଟିଲିଜେଣ୍ଟ ବିୟୁର ଚିପ ସତ୍ୟନାରାୟଣଙ୍କୁ ସାକ୍ଷାତ କରି  ଶିଖର ପାଇ ଷ୍ଟେସନରେ ହୀରଖଣ୍ଡ ଏକ୍ସପ୍ରେସ ରହଣି ଓ ସିଙ୍ଗିପୁର ରୋଡ଼ ରେ ଥିବା ଲୱେର ବ୍ରିଜ ବିଶେଷରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏହି ବିଷୟରେ ବିଶାଖାପାଟଣା ଅଧିକାରୀ ଅବଗତ ହେବାପରେ ୨୫ଦିନ ସମୟ ମାଗିଥିଲେ ।
ସେଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସିକରପାଇ ଠାରେ ପୂର୍ବରୁ ହୀରଖଣ୍ଡଏକ୍ସପ୍ରେସ ରହୁଥିଲା  କରୋନା ଠାରୁ ରେଳ ଗୁଡିକ ରହୁନାହିଁ ।ସିଙ୍ଗିପୁର ରୋଡ଼ ରେ ଥିବା ଲୱେର ବ୍ରିଜ ତଳୁଆ ହୋଇ ରହିଥିବା ଯୋଗୁଁ ବଡ଼ ବଡ଼ ଗାଡି  ଜାତାୟତରେ ବାଧା ସୃଷ୍ଟି ହେଉଛି । ଡିଏମୟୁ ରେଳ ଗାଡି ର ସମୟ ବଦଳାଇବା ପାଇଁ ନେଇ ପୂର୍ବରୁ ସିକରପାଇ ରେଳ ବିଭାଗ ତରଫରୁ ରେଳ ବିଭାଗ ର ଡିଆରଏମ ଇକୋ ଅଧିକାରୀଙ୍କୁ ଗତ ମାସ ୧୬ ତାରିଖରେ ନିକଟକୁ ଲିଖିତ ଦେଇଥିଲେ । ତାହା କୌଣସି ଉତ୍ତର ମିଳିନଥିବାରୁ ପୁନର୍ବାର ସିକରପାଇ ରେଳ ବିଭାଗ କର୍ମଚାରୀ ଓ ବିଜେପି ନେତା କର୍ମୀ ବସି ଆଲୋଚନା କରିଥିଲେ ।କିନ୍ତୁ ଏଥିରେ  କିଛି ସୁଫଳ ମିଳିପାରିନଥିଲା । ଯାହାଫଳରେ ବାଧ୍ୟ ହୋଇ ବିଜେପି ଦଳର ବରିଷ୍ଠ ନେତା ହଳଧର ମିଶ୍ର ,ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ ,ଧନେଶ୍ୱର ରାଉତ ପ୍ରମୁଖ ବିଶାଖାପାଟଣା ଗସ୍ତ କରିଥିଲେ ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories