www.samajalive.in
Saturday, December 6, 2025
15.1 C
Bhubaneswar

ପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମାମଲା ; ଥାନା ସମ୍ମୁଖରେ ମୃତଦେହ ରଖି ଧାରଣା

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା କୁଟୁରାକେନ ନିକଟସ୍ଥ ଭାଲୁଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ଥିବା ଏକ ବେଆଇନ ରତ୍ନପଥର ଖଣିରେ ପ୍ରାୟ ୧୦୦ ଫୁଟ ଗାତ ମଧ୍ୟରେ ଗତକାଲି କାର୍ଯ୍ୟରତ ଥିବା ସମୟରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି  । ମୃତକ ନବୀନ ଜାନି ଏବଂ ଉଜ୍ଜ୍ୱଳ ଭୋଇଙ୍କ ପରିବାର ଲୋକେ ଏବଂ ଉତ୍କଳ କନ୍ଧ ଯୁବ ସଂଗଠନ ପକ୍ଷରୁ ଥାନା ସମ୍ମୁଖରେ ରାସ୍ତାରେ ମୃତଦେହ ରଖି ସହାୟତା ଦାବି କରାଯାଇଛି ।  ଘଟଣା ସ୍ଥଳରେ ଟିଟିଲାଗଡ଼ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥୀ, ତହସିଲଦାର ପ୍ରେମଲାଲ ହିଆଲ, ଥାନା ଆଇଆଇସି ରଞ୍ଜନ ବରିହା ପ୍ରମୁଖ ଉପସ୍ଥିତ ଅଛନ୍ତି  ।  ଗତକାଲି ସନ୍ଧ୍ୟାରେ ଉପରୋକ୍ତ ଅଧିକାରୀ ଘଟଣା ସ୍ଥଳକୁ ମୃତଦେହ ଜବତ ପାଇଁ ଯାଇଥିବା ବେଳେ ଗ୍ରାମବାସୀ ସାରା ରାତି ତାଙ୍କୁ ଅଟକ ରଖିଥିଲେ।  ଆଜି ଟିଟିଲାଗଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ବର୍ତମାନ ଉତ୍ତେଜନା ତୀବ୍ର ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି। ବେଆଇନ ଖଣି ମାଲିକ ଫେରାର ଥିବା ନେଇ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories