MEllora 950×100

ଯୁବୋଦୟ ଏନସିସି କ୍ୟାଡେଟଙ୍କ ଦ୍ବାରା ନଦୀଶଯ୍ୟା ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର : ସ୍ଥାନୀୟ ଅଧିବାସୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ତଥା ସ୍ବଚ୍ଛ ଭାରତ ଅଭିଯାନ ଅଧିନରେ ନଦୀ ଶଯ୍ୟା ସଫେଇ ଅଭିଯାନ ଆରମ୍ଭ କରି ଯୁବୋଦୟର ସକମା  କ୍ୟାମ୍ପସ  ନିକଟରେ  ଥିବା ସୁକତେଲ ନଦୀ ଶଯ୍ୟା ସଫେଇ କରିଥିଲେ ଯୁବୋଦୟର ଏନସିସି କ୍ୟାଡେଟମାନେ।
ଏନସିସି  ସିଟିଓ  ଅଧ୍ୟାପକ  ମାନସ ରଂଜନ ବାବୁଙ୍କର ତତ୍ବାବଧାନରେ ଯୁବୋଦୟର ଏନସିସି  କେଡେଟମାନେ ଏହି ସଫେଇ ଅଭିଯାନ  ଆରମ୍ଭ କରି  ସ୍ଥାନୀୟ ଅଧିବାସୀ ଓ ସାଧାରଣ ଲୋକଙ୍କୁ ସ୍ବଚ୍ଛତାର ବାର୍ତ୍ତା  ପ୍ରଦାନ  କରିଥିଲେ। ଚଳିତ ବର୍ଷର ଅସହ୍ୟ ଗରମ ସତ୍ବେ ଏନସିସି କ୍ୟାଡେଟମାନେ ଏହି କାର୍ଯ୍ୟକ୍ରମରେ ଉତ୍ସାହ ସହ ଅଂଶଗ୍ରହଣ କରି ନିଜର ସମର୍ପିତ ଭାବ ଓ ଦେଶ ତଥା ପରିବେଶ ପ୍ରତି ସମର୍ପଣ ଭାବ ଦେଖାଇ ଥିଲେ ।ଏହି ସଫେଇ ଅଭିଯାନରେ ସ୍ଥାନୀୟ ଅଧିବାସୀମାନେ ମଧ୍ୟ  ସହଯୋଗ କରିଥିଲେ । ଏହି ଅବସରରେ କ୍ୟାଡେଟଙ୍କ ମଧ୍ୟରେ ପୋଷ୍ଟର ତିଆରି ,ପ୍ରବନ୍ଧ ରଚନା ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

Comments are closed.