www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ ; ସୁନା ଦୋକାନରେ ବୁଲାଇଲେ କଳା କନା

ରାଜଗାଙ୍ଗପୁର : ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍। ରାଜଗାଙ୍ଗପୁର ଟାଉନରେ ଥିବା ଏକ ସୁନା ଦୋକାନରୁ ଳକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ଥାନରେ ଅଭିଯୋଗ ହୋଇଛି। ୧୦ କେଜି ରୁପା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତ ଲୁଟ୍ କରିଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମୁଖ୍ୟ ମାର୍ଗ ସ୍ଥିତ ଭୋଳାରାମ ଜୁଏଲର୍ସ ନାମକ ଏକ ସୁନା ଦୋକାନରେ ଗତ କାଲି ରାତିରେ ଚୋର ମନେ କଳାକନା ବୁଲେଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଯାଇଛନ୍ତି। ଚୋର ମାନେ ଦୋକନର ଆଜବେଷ୍ଟସ ବାହାର କରି ଦୋକାନର ସିଲିଂ ଭାଙ୍ଗି ଦୋକାନ ଭିତରକୁ ପଶିଥିଲେ। ପ୍ରାଥମିକ ସୂଚନା ଅନୁଯାଇ ପ୍ରାୟ ୧୦ କେଜିର ରୂପା ଅଳଙ୍କାର ( ପ୍ରାୟ ୭ ଲକ୍ଷ ୫୦ହଜାର ଟଙ୍କାର) ନେଇଯାଇଥିବା ବେଳେ ଦୋକାନରେ ଥିବା ଲୁହା ଚେମ୍ବରକୁ ଭାଙ୍ଗି ନପାରିବାରୁ ସୁନା ଅଳଂକାର ଚୋରୀରୁ ବର୍ତ୍ତୀ ଯାଇଥିଲା । ମାତ୍ର ଚୋର ଦୋକାନରେ ଏକ ମୋବାଇଲ ଛାଡି ଯାଇଛନ୍ତି । ଖବର ପାଇଁ ରାଜ ଗାଙ୍ଗପୁର ପୁଲିସ ଘଟଣାସ୍ଥଳକୁ ଯାଇ ମୋବାଇଲକୁ ଜବତ କରି ଦୋକାନରେ ଥିବା ସିସିଟିଭି ଦ୍ୱାରା ଅନୁସନ୍ଧାନ ଜାରୀ ରଖିଛନ୍ତି।

ଆରମ୍ଭ ହେଲା ଶନିଙ୍କ ବକ୍ର ଚଳନ ; ଏହି ରାଶିଙ୍କ ବଦଳିଯିବ ଭାଗ୍ୟ, ମିଳିବ ଧନ ହିଁ ଧନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories