www.samajalive.in
Monday, December 15, 2025
26.1 C
Bhubaneswar

ରାଜଧାନୀରେ ଧରାପଡିଲେ ତିନ୍‌‌ ପାହାଡ ଗ୍ୟାଙ୍ଗ୍‌‌; ମୋ ବସ୍‌‌ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ କରୁଥିଲେ ଲୁଟ୍‌‌

ଭୁବନେଶ୍ୱର : କମିଶନରେଟ ପୁଲିସକୁ ବଡ ସଫଳତା ମିଳିଛି। ପୁଲିସ ହାତରେ ଧରାପଡିଛନ୍ତି ତିନ୍‌‌ ପାହାଡ ଗ୍ୟାଙ୍ଗ। ୮ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି ବୋଲି ବୁଧବାର ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଗିରଫ ଡକାୟତ ସମସ୍ତେ ଝାଡଖଣ୍ଡ ଅଞ୍ଚଳର। ଏମାନେ ମୋ ବସ୍‌‌ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଦୀର୍ଘ ଦିନ ଧରି ଲୁଟ୍‌‌ କରୁଥିଲେ। ଭିନ୍ନ ଭିନ୍ନ କୌଶଳରେ ଟଙ୍କା, ମୋବାଇଲ ଆଦି ଲୁଟ୍‌‌ କରୁଥିଲେ। ଏମାନଙ୍କ ନିକଟରୁ ୨୨ଟି ଫୋନ ସହ ଏକ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି। କଟକ ଓ ପୁରୀରେ ଏମାନେ ଶତାଧିକ ମୋବାଇଲ ଲୁଟ୍‌‌ରେ ସାମିଲ ରହିଛନ୍ତି। ଏହାସହ ମୋବାଇଲ ଲୁଟ୍‌‌ ପରେ ୟୁପିଆଇ ହ୍ୟାକ୍‌‌ କରି ଆକାଉଣ୍ଟରୁ ଟଙ୍କା ଖାଲି କରିଦେଉଥିଲେ। ଲୋକଙ୍କୁ ଲୁଟିବା ପାଇଁ ଝାଡଖଣ୍ଡରୁ ଭୁବନେଶ୍ୱର ଆସିଥିଲେ। ଏମାନଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ମାମଲା ରହିଛି। ଗ୍ୟାଙ୍ଗରେ ଆହୁରି ସଦସ୍ୟ ଅଛନ୍ତି ବୋଲି ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories