www.samajalive.in
Friday, December 5, 2025
20.1 C
Bhubaneswar

ପାଟନାରେ ଜରୁରୀ ଅବତରଣ କଲା ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ

ପାଟନା: କୁହୁଡ଼ି କାରଣରୁ ବିମାନ ଚଳାଚଳ ବିଳମ୍ବ ହେଉଥିବାର ଖବର ମଧ୍ୟରେ ବୁଧବାର ପାଟନାରେ ମାଟିରୁ ଆକାଶ ପର୍ଯ୍ୟନ୍ତ କିଛି ସମୟ ପାଇଁ ଚହଳ ସୃଷ୍ଟି ହୋଇଥିଲା। ପାଟନାରୁ ଦିଲ୍ଲୀ ଅଭିମୁଖେ ୧୨:୫୮ରେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ୨୦୭୪ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ଏହାକୁ ପାଟନାରେ ଜରୁରୀ ଅବତରଣ କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଖବର ଶୁଣି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଏହାପରେ ପାଟନା ବିମାନବନ୍ଦରକୁ ଏୟାର ଟ୍ରାଫିକ କଂଟ୍ରୋଲ ସିଷ୍ଟମ ମାଧ୍ୟମରେ ଏହି ସୂଚନା ଆସିବା ପରେ ସବୁକିଛିକୁ ନିୟନ୍ତ୍ରଣ କରିବାକୁ ତୁରନ୍ତ ପ୍ରସ୍ତୁତ ହେବାକୁ ପଡ଼ିଥିଲା। ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ବିମାନକୁ ପାଟନାରେ ଜରୁରୀ ଅବତରଣ କରାଯାଇଛି। ସୁରକ୍ଷିତ ଅବତରଣ ପରେ ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ। ଇଣ୍ଡିଗୋ ବିମାନରେ ମୋଟ୍‌ ୧୮୭ ଜଣ ଯାତ୍ରୀ ଥିଲେ।

ପାଟନା ବିମାନବନ୍ଦର ନିର୍ଦ୍ଦେଶକ ଅଞ୍ଚଲ ପ୍ରକାଶ କହିଛନ୍ତି ଯେ, ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ୨୦୭୪ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି। ଦିନ ୧୨:୫୮ରେ ପାଟନାରୁ ଉଡ଼ାଣ ଭରିବା ପରେ ଯାନ୍ତ୍ରିକ ସମସ୍ୟା ଦେଖାଦେବାରୁ ପାଇଲଟ୍‌ ପାଟନା ଫେରିବାକୁ ଅନୁରୋଧ କରିଥିଲେ। ଏହାପରେ ତୁରନ୍ତ ବିମାନଟି ସୁରକ୍ଷିତ ଭାବେ ପାଟନାରେ ଅବତରଣ କରିଥିଲା। ଯାନ୍ତ୍ରିକ ସମସ୍ୟାକୁ ସୁଧାରିବା କାମ ଚାଲିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories