ଜାଣନ୍ତୁ, ଏକାଦଶୀ ବ୍ରତର ପୂଜା ବିଧି ଓ ତା’ର ମହତ୍ତ୍ବ
ଆଷାଢ ମାସ କୃଷ୍ଣ ପକ୍ଷର ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଏ। ଆଜିର ଦିନ ଏହି ଏକାଦଶୀ ପାଳନ କରାଯାଉଛି। ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଲକ୍ଷ୍ମୀଙ୍କ କୃପା ମନୁଷ୍ୟ ଜୀବନରେ ପଡିବା ଦ୍ୱାରା ଧନ ଲାଭ ହୋଇଥାଏ। ଏକାଦଶୀ ଦିନ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଥାଏ।
ଏକାଦଶୀ ଦିନ ପୂଜା କରିବା ଆରମ୍ଭ କରିବା ପୂର୍ବରୁ ପ୍ରତମେ ଭଗବାନ ବିଷ୍ଣୁଙ୍କୁ କ୍ଷୀରରେ ସ୍ନାନ କରାନ୍ତୁ। ତାପରେ ବସ୍ତ୍ର ପିନ୍ଧାଇ ହଳଦିଆ ରଙ୍ଗର ଫୁଲ ଚଢାନ୍ତୁ। ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଚଢାନ୍ତୁ।
ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ କ୍ଷୀରି ଭୋଗ ଲଗାନ୍ତୁ।
ଏକାଦଶୀ ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ। ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ରହିଥାଏ।
ଏକାଦଶୀ ଦିନ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଶୁଦ୍ଧ ଗୁଆଘିଅର ଦୀପ ଜଳାନ୍ତୁ।
ଓସ୍ତ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି, ତେଣୁ ଏକାଦଶୀ ଦିନ ସକାଳେ ଓସ୍ତ ବୃକ୍ଷ ମୂଳରେ ଜଳ ଚଢାନ୍ତୁ।
ଭଗବାନ ବିଷ୍ଣୁଙ୍କ ମନ୍ଦିରକୁ ଯାଇ ଗରିବଙ୍କ ଭୋଜନ ପାଇଁ ଚାଉଳ ଓ ଅଟା ଦାନ କରନ୍ତୁ। ଗରିବଙ୍କୁ ବସ୍ତ୍ର ମଧ୍ୟ ଦାନ କରିପାରିବେ।
କଞ୍ଚା ଗାଇ କ୍ଷୀରରେ କେସର ମିଶାଇ ଭଗବାନ ବିଷ୍ଣୁଙ୍କର ଅଭିଷେକ କରନ୍ତୁ।