BJD Bijuli 480×75 Mob

ସମ୍ବଲପୁରରେ କୋର୍ଟ କଚେରି ଅଚଳ

BJD Bijuli 480×75 Mob
0

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସପକ୍ଷରେ ପ୍ରତିଶ୍ରୁତି ମୁତାବକ ଅଗଷ୍ଟ ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାର ନିକଟକୁ ଚିଠି ଲେଖିବା ପାଇଁ ଜିଲା ଓକିଲ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଧି ସମୟ ଦିଆଯାଇଥିଲା; କିନ୍ତୁ ଧାର୍ଯ୍ୟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ପଠାଇ ନଥିବାରୁ ଜିଲା ଓକିଲ ସଂଘ ବୁଧବାରଠାରୁ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିଛି। ଆଜି କେବଳ ବିଚାରବିଭାଗୀୟ ଅଦାଲତ ବନ୍ଦ ହୋଇଥିଲାବେଳେ ଆସନ୍ତାକାଲି ଠାରୁ ସମସ୍ତ ସରକାରୀ ଦପ୍ତର ବନ୍ଦ ହେବ ବୋଲି ଜିଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି। ଆନ୍ଦୋଳନ ସ୍ଥଳରେ ପହଞ୍ଚି ଉପଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟମନ୍ତ୍ରୀ ଆଜି ଲେଖିଥିବା ଏକ ଚିଠିର ନକଲ ଜିଲା ଓକିଲ ସଂଘକୁ ଦେଇଥିଲେ ମଧ୍ୟ ଏହି ଚିଠି ଆନୁଷ୍ଠାନିକ ନୁହେଁ ବୋଲି ସଂଘ କହିଛି। ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୬ ତାରିଖରେ ରାଜ୍ୟ ସଚିବାଳୟରେ ସିଏସି ସହିତ ଆଲୋଚନା ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିବା ପରେ ସମ୍ବଲପୁର ଜିଲା ଓକିଲ ସଂଘ ଆଜି ଆରମ୍ଭ କରିଥିବା ଆନ୍ଦୋଳନର ଗତି କ’ଣ ହେବ ସେ ସଂପର୍କରେ ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି। ଏ ସଂପର୍କରେ ଜିଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ବହିଦାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଥିବାରୁ ତାଙ୍କୁ ଧନ୍ୟବାଦ; କିନ୍ତୁ ରାଜ୍ୟ ସରକାର ଜିଲା ଓକିଲ ସଂଘକୁ ଏ ସଂପର୍କରେ ଜିଲାପାଳଙ୍କ ଜରିଆରେ କୌଣସି ଲିଖିତ ସୂଚନା ଦେଇନାହାନ୍ତି। ଉପଜିଲାପାଳ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଜେରକ୍ସ କପି ଆଣି ଆନ୍ଦୋଳନ ସ୍ଥଳରେ ଦେଇଥିଲେ; କିନ୍ତୁ ତାକୁ ଜିଲା ଓକିଲ ସଂଘ ଗ୍ରହଣ କରିନାହିଁ। ଯଦି ଆସନ୍ତାକାଲି ଏହି ମର୍ମରେ ଜିଲା ଓକିଲ ସଂଘକୁ ଯଦି ଲିଖିତ ଅବଗତ କରାନ୍ତି ତାହାହେଲେ ସଂଘ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ। ତେବେ ପୂର୍ବ ନିଷ୍ପତ୍ତି ଅନୁସାରେ ବୁଧବାର ସମସ୍ତ ବିଚାର ବିଭାଗୀୟ ଅଦାଲତ ବନ୍ଦ କରାଯାଇଥିଲା ଓ ଆସନ୍ତାକାଲିଠାରୁ ସମସ୍ତ ରାଜସ୍ୱ ଅଦାଲତ ଓ ଜିଲା ନିର୍ବାଚନ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରାଯିବ ବୋଲି ଶ୍ରୀ ବହିଦାର କହିଛନ୍ତି।

Leave A Reply