www.samajalive.in
Saturday, December 6, 2025
15.1 C
Bhubaneswar

ସମୁଦ୍ର ଜୁଆରରେ ଭାସିଯାଉଥିଵା ଯୁଵକକୁ ଉଦ୍ଧାର କଲେ ଲାଇଫ ଗାର୍ଡ

ଗୋପାଳପୁର : ଗତ ଦୁଇ ଦିନ ହେଲା ସୁମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ସମୁଦ୍ର ଅଶାନ୍ତ ରହିଛି। ଶନିବାର ସନ୍ଧ୍ୟାରେ ବାହାଦୂର ପେଣ୍ଠ ଗ୍ରାମର ତିନି ସାଙ୍ଗ ଗୋପାଳପୁର ବୁଲିଵାକୁ ଆସି ସମୁଦ୍ର ପାଣିରେ ଖେଳୁଥିବା ସମୟରେ ରାଜୁ ସାହୁ(୨୫) ଅଚାନକ ଜୁଆର ପ୍ରଭାବରେ ସମୁଦ୍ର ମଧ୍ୟକୁ ଟାଣି ହୋଇଯାଇଥିଲେ। ଏହି ସମୟରେ ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ଟୁକୁନା ଓ ଶ୍ରୀନୁ ରେଡ଼୍ଡୀ ପାଟି କରିଥିଲେ। ଏହି ସମୟରେ ଡ୍ୟୁଟିରେ ଥିଵା ଦୁଇ ପୁଲିସ ଲାଇଫ ଗାର୍ଡ ଅନ୍ୟତ୍ର ଲୋକମାନଙ୍କୁ ସମୁଦ୍ର ଠାରୁ ଦୂରେଇ ରହିବାକୁ କହି ଦୂରରେ ରହିଥିଲେ। କିନ୍ତୁ ଏହି ସମୟରେ ଅନ୍ୟ ଏକ ପୁଲିସ ଲାଇଫ ଗାର୍ଡଜି.ଚିଟିଵାଵୁ ଡ୍ୟୁଟି ସାରି ସମୁଦ୍ର କୂଳକୁ ଵୁଲିଵାକୁ ଆସିଥିବା ବେଳେ ଘଟଣା ଜାଣି ସଙ୍ଗେ ସଙ୍ଗେ ପାଣିରେ ପସି ରାଜୁକୁ କୂଳ ଠାରୁ ୫ଶହ ମିଟର ଦୁର ଓ ପ୍ରାୟ ୨୦ମିନିଟ ଅକ୍ଳାନ୍ତ ପରିଶ୍ରମ କରି କୂଳକୁ ଆଣିଥିଲେ। ଯଦ୍ଵାରା ରାଜୁର ଜୀବନ ଵଞ୍ଚି ପାରିଥିଲା। ରାଜୁକୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories