BJD Bijuli 480×75 Mob

ଶନିବାର ରାଶିଫଳ

BJD Bijuli 480×75 Mob
0

ମେଷ: ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରଣୀୟ। ଦିଅଁ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭ ମିଳିବ। ବିଦ୍ୟାର୍ଥୀ ଖୁସି ହେବେ।
ବୃଷ: ବିଭିନ୍ନ ଦିଗରୁ ଧନାଗମ ହେବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମନ ବିଷାଦିତ ହୋଇପାରେ। ଆକସ୍ମିକ ସମସ୍ୟା ଦେଖା ଦେବ। ନୀତି ନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ହେବେ। ବିଦ୍ୟାର୍ଥୀଙ୍କ ଉଦ୍ୟମ ସଫଳ ହେବ।
ମିଥୁନ: ବ୍ୟବସାୟରୁ ଅଧିକ ଲାଭ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେତୁ ସୁମିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ସରକାରୀ ସୂତ୍ରରୁ ଅର୍ଥ ମିଳିବ। ବିଦ୍ୟାର୍ଥୀଙ୍କ ଚିନ୍ତାଧାରା ଉନ୍ନତ ହେବ।
କର୍କଟ: ଦୁର୍ଘଟଣାରରୁ ରକ୍ଷା ପାଇବେ। କାର୍ଯ୍ୟରେ ବାଧା ଉପୁଜି ପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଆପଣଙ୍କ ପକ୍ଷେ ଭଲ। ମିଷ୍ଟଭାଷୀ ହୋଇପାରନ୍ତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ସିଂହ: ନୂତନ କାର୍ଯ୍ୟଭାର ଗ୍ରହଣ କରି ତା’ର ସୁପରିଚାଳନା କରିବେ। ଆୟ ଆଶାନୁରୂପ ହେବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ମିଳିବ। ବିଦ୍ୟାର୍ଥୀଙ୍କୁ ପରୀକ୍ଷା ସହଜ ହେବ।
କନ୍ୟା: ରୋଜଗାରର ମାର୍ଗ ଉନ୍‌ମୁକ୍ତ ହେବ। କର୍ମ ଚଞ୍ଚଳ ରହିବେ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦିନଟି ଶୁଭଙ୍କର ଅଟେ। ବିଦ୍ୟାର୍ଥୀ ପ୍ରତିଯୋଗିତାରେ ବିଜୟୀ ହେବେ।
ତୁଳା: ଠାକୁରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅଛି। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବିଦ୍ୟାର୍ଥୀ ସଫଳତା ଲାଭ କରିବେ।
ବିଛା: ନିଜ ବୁଦ୍ଧି ଖଟାଇ କାର୍ଯ୍ୟ ସମ୍ପାଦନ କରିବେ। ସୁଖ ଅର୍ଜନ କରିବା କଷ୍ଟ ସାଧ୍ୟ ହେବ। ଭାଗୁଆଳୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବିଦ୍ୟାର୍ଥୀ କଷ୍ଟ ସହି ଉତ୍ତୀର୍ଣ୍ଣ ହେବେ।
ଧନୁ: କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେବ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ଦିନଟି ପ୍ରଶସ୍ତ ଅଛି। ଆନନ୍ଦ ଉପଭୋଗ କରିପାରନ୍ତି। ସୁଖାଦ୍ୟ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ମକର: କାର୍ଯ୍ୟକ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିପାରନ୍ତି। ଶତ୍ରୁ ପରାଜିତ ହେବ। ମାନସିକ ଶାନ୍ତି ଫେରିପାଇବେ। ସୁ-ସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଋଣପରିଶୋଧ କରିପାରନ୍ତି। ବିଦ୍ୟାର୍ଥୀ ଖୁସି ହେବେ।
କୁମ୍ଭ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କରି ସଫଳ ହେବେ। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଓ ପାରିବାରିକ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀ ପଢ଼ା ଲେଖାରେ ପାରଦର୍ଶୀ ହୋଇପାରନ୍ତି।
ମୀନ: କାର୍ଯ୍ୟକ୍ଷେତ୍ରରେ ମନ ବିଚଳିତ ହୋଇପାରେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷିକ୍ଷେତ୍ରର ଆୟ ଆପଣଙ୍କ ଗୁଜୁରାଣ ମେଣ୍ଟାଇ ପାରେ। ବିଦ୍ୟାର୍ଥୀଙ୍କୁ ପରୀକ୍ଷା ସହଜ ସୁଲଭ ହେବ।

Leave A Reply