www.samajalive.in
Saturday, December 6, 2025
16.1 C
Bhubaneswar

ଶନିବାର ରାଶିଫଳ

ମେଷ: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ଜନିତ ସୁଖ ମିଳିବାର ସୂଚିତ ହେଉଛି। କୀର୍ତ୍ତି ସ୍ଥାପନ କରିବେ। ଧନଭୋଗ କରିପାରନ୍ତି। ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ।

ବୃଷ: ଜଣେ ସୁ ବିଚାରକ ଭାବେ କାର୍ଯ୍ୟ କରିବେ। ସରକାରଙ୍କ ରାଜକୋଷରୁ ଧନ ମିଳିବାର ସମ୍ଭାବନା ଅଛି। ଉତ୍ତମ ବାସୋପଯୋଗୀ ଗୃହ ମିିଳିପାରେ। କୀର୍ତ୍ତି, ମର୍ତ୍ତି, ସୁଖ, ସନ୍ତୋଷ, ବହୁବିଧ ଧନର ଅଧିକାରୀ ହୋଇପାରନ୍ତି।

- Advertisement -

ମିଥୁନ: ଧର୍ମ ଭାବନାରେ ଶାନ୍ତି ମିଳିବ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ଧନବାନ ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ସୁଖଭୋଗ କରିପାରନ୍ତି। ସ୍ତ୍ରୀ ମୋହନକାରୀ ହେବେ।

କର୍କଟ: ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଧନହୀନ ହୋଇପାରନ୍ତି। କେବଳ ଭାଗୁଆଳି ବ୍ୟବସାୟରୁ କିଛି ଧନ ମିଳିପାରେ। ଶତ୍ରୁ ଦମନ କରି ନିଃଶଙ୍କ ଓ ଆଶ୍ବସ୍ତ ହେବେ।

ସିଂହ: ଆପଣଙ୍କୁ ଧୈର୍ଯ୍ୟର ପୁରସ୍କାର ମିଳିପାରେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ।

କନ୍ୟା: କୌଣସି କାରଣରୁ ମନ ଅସ୍ଥିର ରହିପାରେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପାଦନ କରିବେ। ପରଧନରେ ଧନୀ ହେବେ। ଯୁବତୀ ମନୋରଞ୍ଜକ ଓ ରସିକ ହୋଇପାରନ୍ତି। ପତ୍ନୀ ବିମନା ହେବେ। ବାଚଳତା ବୃଦ୍ଧି ହେବ।

ତୁଳା: ସନ୍ଧ୍ୟା ପର୍ଯ୍ୟନ୍ତ ଆର୍ଥିକ କଷ୍ଟ ଅନୁଭବ କରିପାରନ୍ତି। ଶତ୍ରୁ ଭୟ ରହିବ। ରାତ୍ରିକାଳରେ ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ରାଜପୂଜା ମିଳିବ। ଯାନବାହନ ଯୁକ୍ତ ହୋଇପାରନ୍ତି। ଗ୍ରାମର ଅଧିପତି ହେବେ। ପରାକ୍ରମଶାଳୀ ଓ ବହୁ ପୋଷକ ହେବେ।

ବିଛା: ଆପଣଙ୍କ ପ୍ରଗତି ପଥରେ କେହି ବାଧା ଦେବା ପାଇଁ ଉଦ୍ୟମ ଚଳାଇବାର ସମ୍ଭାବନା ଅଛି। କୃଷି କ୍ଷେତ୍ରରୁ ଲାଭବାନ୍‌ ହେବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଠିକ୍ ରହି ନ ପାରେ। ଶତ୍ରୁ ନାଶ କରି ଧନଭୋଗ ସହିତ ତେଜ ବୃଦ୍ଧି ହେବ।

ଧନୁ: ସତ୍‌କର୍ମରେ ଲିପ୍ତ ହେବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି। ସକାଳ ଗୁଣଯୁକ୍ତ ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

ମକର: ପ୍ରଭାବ ବିସ୍ତାର କରିପାରନ୍ତି। ପରିଶ୍ରମର ମୂଲ୍ୟାଙ୍କନ ହେବ। ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ସୁ ଯଶଯୁକ୍ତ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ବିଧିଜ୍ଞ ହେବେ। ସ୍ଥିର ସ୍ବଭାବର ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ ଆଚରଣରେ ଆଗ୍ରହୀ ହେବେ। ଅଭୀଷ୍ଟ ସିଦ୍ଧିକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। କର୍ମ ଫଳ ଉପରେ ବିଶ୍ବାସ ରଖିବେ। ବିତ୍ତବାନ୍‌ ହୋଇପାରନ୍ତି। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ଥିବା ସୂଚନା ମିଳୁଛି।

ମୀନ: ଧନବାନ୍‌ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଦେବ-ଦ୍ବିଜମାନଙ୍କୁ ଭକ୍ତି କରିପାରନ୍ତି। ବୁଦ୍ଧିମାନ୍‌ ହେବେ। ସୁଭାଷା ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ତେଜୀୟାନ୍‌ ଓ ଚଞ୍ଚଳ ଚେଷ୍ଟିତ ହେବେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories