www.samajalive.in
Saturday, December 6, 2025
16.1 C
Bhubaneswar

ମାସକୁ ଦୁଇଥର ଯାଞ୍ଚ

ଭୁବନେଶ୍ବର: ରାଜ୍ୟରେ ଥିବା ସ୍ବଧାର ଗୃହ, ଦିବ୍ୟାଙ୍ଗ ଗୃହ, ବରିଷ୍ଠ ନାଗରିକ ଆଶ୍ରୟସ୍ଥଳରେ ନିୟମ ଅନୁସାରେ ସୁବିଧା ଉପଲବ୍ଧ କରାଯାଉ ନାହିଁ। ଅନେକ ସ୍ଥାନରେ ସେମାନେ ଅସୁରକ୍ଷିତ ହୋଇ ରହିଛନ୍ତି। ଏସବୁ ଅଭିଯୋଗକୁ ଦୃଷ୍ଟିରେ ରଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏସବୁ ଗୃହରେ ନିୟମିତ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଛି। ଜିଲାଗୁଡ଼ିକରେ ଥିବା ପ୍ରତ୍ୟେକ ଅନୁଷ୍ଠାନରେ ମାସକୁ ଅନ୍ତତଃ ଦୁଇଥର ଗସ୍ତ କରି ଯାଞ୍ଚ କରିବା ପାଇଁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।
ରାଜ୍ୟରେ ଏବେ ଶତାଧିକ ସ୍ବଧାର ଗୃହ, ଦିବ୍ୟାଙ୍ଗ ଗୃହ, ବରିଷ୍ଠ ନାଗରିକ ଆଶ୍ରୟସ୍ଥଳ ରହିଛି। ସ୍ବତନ୍ତ୍ର ବିଦ୍ୟାଳୟରେ ଦିବ୍ୟାଙ୍ଗ ପିଲା ପାଠ ପଢ଼ୁଥିବା ବେଳେ ନିଶାସେବନକାରୀଙ୍କ ପାଇଁ ଥେରାପ୍ୟୁଟିକ୍ ସେଣ୍ଟର, ଥଇଥାନ ସେବା କେନ୍ଦ୍ର ଓ ବରିଷ୍ଠ ନାଗରିକ ଆଶ୍ରୟସ୍ଥଳରେ ବହୁ ସଂଖ୍ୟାରେ ଅନ୍ତେବାସୀ ଅଛନ୍ତି। ଏହାର ପରିଚାଳନା ପାଇଁ ସରକାର ଆର୍ଥିକ ଅନୁଦାନ ଦେଉଛନ୍ତି। ସରକାରୀ ନିୟମାବଳୀ ଅନୁଯାୟୀ ସୁଦୃଢ଼ ଘର, ଶୌଚାଳୟ, ଜଳ ଯୋଗାଣ, ପରିମଳ, ସ୍ବାସ୍ଥ୍ୟ ସେବା, ଆବଶ୍ୟକ ସଂଖ୍ୟକ କର୍ମଚାରୀ ରହିବା ବାଧ୍ୟତାମୂଳକ। ତେବେ ଅନେକ ଅନୁଷ୍ଠାନ ଏହି ନିୟମ ଅନୁସାରେ ସେଠାରେ ଆନୁଷଙ୍ଗିକ ବ୍ୟବସ୍ଥା କରୁ ନାହାନ୍ତି। ଯଦ୍ଦ୍ବରା ସେମାନେ ବିପଦସଙ୍କୁଳ ଅବସ୍ଥାରେ ରହିବା ସହ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଗତବର୍ଷ ବିଭାଗ ପକ୍ଷରୁ ଜିଲାଗୁଡ଼ିକରେ ଏପରି ଗୃହ ଯାଞ୍ଚ ସମୟରେ ଅବହେଳା ନଜରକୁ ଆସିଥିଲା। ଏ ନେଇ ତୁରନ୍ତ ପଦେକ୍ଷପ ନେବାକୁ ମଧ୍ୟ କୁହାଯାଇ ଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲା ସ୍ତରରେ ଥିବା ସମସ୍ତ ଗୃହରେ ଯାଞ୍ଚ ଆରମ୍ଭ କରିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ନିତେନ ଚନ୍ଦ୍ରା ସମସ୍ତ ଜିଲାପାଳଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଅତିରିକ୍ତ ଜିଲାପାଳ, ଉପ ଜିଲାପାଳ, ବ୍ଲକ୍ ଉନ୍ନୟନ ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଅନ୍ୟ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ବିଦ୍ୟାଳୟ, ଥଇଥାନ ସେବା କେନ୍ଦ୍ର, ବରିଷ୍ଠ ନାଗରିକ ଆଶ୍ରୟସ୍ଥଳରେ ୧୫ ଦିନରେ ଥରେ ଚଢ଼ଉ କରି ଯାଞ୍ଚ କରାଯିବ। ସେଠାରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ରୋଷେଇ ଘର, ଚିକିତ୍ସା ସୁବିଧା, ପାଣ୍ଠି ଉପଯୋଗ ଆଦି ଯାଞ୍ଚ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ନିୟମିତ ଯାଞ୍ଚ ଦ୍ବାରା ଏସବୁ ଅନୁଷ୍ଠାନରେ କୌଣସିପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଯାଇ ପାରିବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories