www.samajalive.in
Saturday, December 6, 2025
17.1 C
Bhubaneswar

ଲୋମଶ ମଣିଷଙ୍କ ଜୀବନ ପ୍ରତି ବୀତସ୍ପୃହ

ଈଶ୍ବରଙ୍କ ଏହି ସୃଷ୍ଟିରେ କାହାକୁ ସୁନ୍ଦର ରୂପ ମିଳିଥିବା ବେଳେ ଅନ୍ୟ କେହି ଚମତ୍କାର ଗୁଣର ଅଧିକାରୀ । ଯଦିଓ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରିବାର କ୍ଷମତା ଅନେକଙ୍କ ପାଖରେ ଅଛି, ହେଲେ ଏହାକୁ ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ । ଏଭଳି ଘଟଣା ନିମନ୍ତେ ସର୍ବୋତ୍କୃଷ୍ଟ ଉଦାହରଣ ହେଉଛନ୍ତି କାଲିଫର୍ଣ୍ଣିଆ ନିବାସୀ ଲେରି ଗୋମେଜ୍ । ସ୍ଥାନୀୟ ଅଞ୍ଚଳରେ ସେ ‘ଲୋମଶ ମଣିଷ’ ନାମରେ ଜଣାଯାନ୍ତି ।

ପିଲାଦିନରୁ ହିଁ ଅନ୍ୟମାନଙ୍କ ଟାହିଟାପରା ତଥା ଥଟ୍ଟା ପରିହାସର ଶିକାର ହୋଇଛନ୍ତି ଏହି ବ୍ୟକ୍ତିଜଣକ । ଲେରି ଏକ ବିରଳ ରୋଗରେ ଆକ୍ରାନ୍ତ। ହାଇପରଟ୍ରିକୋସିସ୍’ ନାମକ ରୋଗରେ ଲେରି ପୀଡ଼ିତ । ବିଶ୍ବର ମାତ୍ର ୧୦୦ଜଣ ଲୋକେ ଏହି ରୋଗରେ ଆକ୍ରାନ୍ତ ଥିବାର ପରୀକ୍ଷାରୁ ଜଣାପଡ଼ିଛି ।

- Advertisement -

ପିଲାଦିନୁ ହିଁ ତାଙ୍କ ପୂରା ଶରୀରରେ କେଶ ବଢ଼ୁଛି । ଏଥିପାଇଁ ପ୍ରତି ମାସରେ ସେ ନିଜ ମୁଣ୍ଡ, ହାତ, ଦେହରୁ କେଶ କାଟନ୍ତି । ହେଲେ ଦିନ କେଇଟାରେ କେଶ ବଢ଼ିଯାଏ । ସବୁବେଳେ ଅନ୍ୟମାନେ ତାଙ୍କୁ ଥଟ୍ଟା କରୁଥିବାରୁ ଜୀବନ ପ୍ରତି ବୀତସ୍ପୃହ ହୋଇପଡ଼ିଲେଣି ଲେରି । ତାଙ୍କ ରୋଗର କୌଣସି ଚିକିତ୍ସା ନାହିଁ । ଲେରିଙ୍କ ଏଭଳି ପରିସ୍ଥିତିରେ ତାଙ୍କ ମନୋବଳ ବଢ଼ାଇଛନ୍ତି ପତ୍ନୀ ଏଲିସିୟା ମାର୍ଟିନେଜ୍ । ସ୍ଥାନୀୟ ଅଞ୍ଚଳରେ କଫି ବ୍ୟବସାୟ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ଲେରି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories