www.samajalive.in
Saturday, December 6, 2025
16.1 C
Bhubaneswar

ଯୁବକଙ୍କୁ ଜୀବନ୍ତ ଜାଳିଦେଲେ

ଇଟା: ଜଣେ ଯୁବକଙ୍କୁ ଘରେ ବନ୍ଦ କରି ନିଅାଁ ଲଗାଇ ହତ୍ୟା ଉଦ୍ୟମ କରାଯାଇଛି। ଏହାପଛରେ ଯୁବକଙ୍କ ପ୍ରେମିକାଙ୍କ ପରିବାର ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
ଟ୍ରକ୍‍ ଡ୍ରାଇଭର ଭାବେ କାମ କରୁଥିବା ନରେନ୍ଦ୍ର ସାକ୍ୟା ନାମକ ଏହି ଯୁବକ ଜଣକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏହାକୁ ଯୁବତୀଙ୍କ ପରିବାର ଲୋକେ ବିରୋଧ କରୁଥିଲେ। ଦୁଇ ଦିନ ତଳେ ନରେନ୍ଦ୍ର ଓ ତାଙ୍କ ପ୍ରେମିକା ଘରୁ ଲୁଚି ପଳାଇଯାଇଥିଲେ। ଏହି ଘଟଣା ପରେ ଯୁବତୀଙ୍କ ପରିବାର ଲୋକେ ବିବାହ ବିଷୟରେ ଆଲୋଚନା ପାଇଁ ନରେନ୍ଦ୍ରଙ୍କୁ ଆଲିଗଞ୍ଜକୁ ଡାକି ନେଇଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ତିନି ଜଣ ଲୋକ ଏକ ଘରେ ବନ୍ଦ କରିଦେଇଥିଲେ। ଏକ ଖଟରେ ବାନ୍ଧି ଦେଇ କିରାସିନି ଢାଳି ନିଅାଁ ଲଗାଇ ଦେଇଥିଲେ। ନରେନ୍ଦ୍ରଙ୍କ ଚିତ୍କାର ଶୁଣି ପଡ଼ୋଶୀ ଘର ଲୋକେ ତାଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଆଉ ଜଣେ ଫେରାର ଅଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories