www.samajalive.in
Saturday, December 6, 2025
16.1 C
Bhubaneswar

ଇସ୍ତଫା ଦେଇପାରନ୍ତି ନୀତୀଶ କୁମାର!

ପାଟନା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଜେଡିୟୁ ନେତା ନୀତୀଶ କୁମାର ଇସ୍ତଫା ଦେଇପାରନ୍ତି ବୋଲି ଏନ୍‍ଡିଏ ସହଯୋଗୀ ତଥା ଆରଏଲ୍‍ଏସ୍‍ପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର ଖୁସ୍‍ୱା କହିଛନ୍ତି।
ଆରଏଲ୍‍ଏସ୍‍ପିର ଯୁବ କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ ଖୁସ୍‍ୱା କହିଛନ୍ତି ଯେ ଖୁବ୍‍ ଶୀଘ୍ର ବିହାର ମୁଖ୍ୟମନ୍ତ୍ରୀ ପଦ ଖାଲି ହୋଇପାରେ। ରାଜନୀତିରେ ଅତିଷ୍ଠ ନୀତୀଶ କୁମାର ଇସ୍ତଫା ଦେବାକୁ ଚାହୁଁଛନ୍ତି। ତାଙ୍କୁ କେହି ଇସ୍ତଫା ଦେବା ପାଇଁ ବାଧ୍ୟ କରିନାହାନ୍ତି। ସେ ନିଜ ଆଡ଼ୁ ଇସ୍ତଫା ଦେବା ପାଇଁ ଚିନ୍ତା କରୁଛନ୍ତି। ନୀତୀଶ କୁମାରଙ୍କୁ ସେ ଭଲ ଭାବରେ ଜାଣିଛନ୍ତି। ନୀତୀଶଙ୍କ ମନୋଭାବ ଓ ଇଚ୍ଛା ସମ୍ପର୍କରେ ସେ ହିଁ ସମସ୍ତଙ୍କଠାରୁ ଭଲ ଭାବରେ ଅବଗତ ଅଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଆସନ ବୁଝାମଣାରେ ଅସନ୍ତୁଷ୍ଟ ଥିବାରୁ ନୀତୀଶ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ଖୁସ୍‍ୱାଙ୍କ ମତ ଉପରେ ଜେଡିୟୁ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଖୁସ୍‍ୱା କହିଥିଲେ ଯେ ଏନ୍‍ଡିଏରେ ଏଭଳି ଅନେକ ଦଳ ଅଛନ୍ତି ଯେଉଁମାନେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ଚାହୁଁନାହାନ୍ତି। ଖୁସ୍‍ୱା କାହାର ନାମ ନେଇ ନଥିଲେ ହେଁ ନୀତୀଶ କୁମାରଙ୍କ ପ୍ରତି ଇଙ୍ଗିତ କରୁଥିବା ବୁଝାପଡ଼ୁଛି। କାରଣ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ବିରୋଧ କରି ନୀତୀଶ ଏନ୍‍ଡିଏ ତ୍ୟାଗ କରିଥିଲେ। ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘୋଷଣା ଯଦି କାର୍ଯ୍ୟକାରୀ ହୁଏ ତେବେ ୨୦୧୯ ପାଇଁ ନୂଆ ଆସନ ବୁଝମଣାରେ ଖୁସ୍‍୍‍ୱାଙ୍କ ଦଳ ଗତ ନିର୍ବାଚନରେ ଯେତିକି ଆସନରେ ଜିତିଥିଲା ତାଠାରୁ କମ୍‍ ଆସନ ପାଇବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories