ଯୁଦ୍ଧ ବେଳର ଖାଦ୍ୟ ‘ଡାଲ-ବାଟି ଚୁରମା’

0

ଆଜି କେବଳ ଭାରତ ନୁହେଁ, ବରଂ ବିଦେଶରେ ମଧ୍ୟ ଏଇ ରାଜସ୍ଥାନୀ ଖାଦ୍ୟ ‘ଡାଲ-ବାଟି ଚୁରମା’ ଉପଲବ୍ଧ ହେଲାଣି। ଆମ ଦେଶର ରାଜସ୍ଥାନ, ଉତ୍ତର-ପ୍ରଦେଶ ଓ ମଧ୍ୟପ୍ରଦେଶରେ ଏଇ ପାରମ୍ପରିକ ବ୍ୟଞ୍ଜନର ଭିନ୍ନଭିନ୍ନ ସୁଆଦ ମିଳିଥାଏ। ଜୟପୁର, ମେୱାର, ଯୋଧପୁର, ବିକାନେର, ଜଏସେଲମେର, ଉଦୟପୁରରେ ଡାଲ-ବାଟି ବ୍ୟଞ୍ଜନ ମିଳୁଥିବା ସଂଖ୍ୟାଧିକ ଦୋକାନର ଭିଡ଼ ଦେଖିବାକୁ ମିଳେ। ତେବେ ଇତିହାସ ପୃଷ୍ଠାରୁ ଜଣାଯାଏ ଯେ ଡାଲ-ବାଟିର ମୂଳଦୁଆ ମେୱାରରେ ହୋଇଥିଲା। ଯୁଦ୍ଧ ସମୟରେ ରାଜପୁତ୍‌ମାନେ ମାସମାସ ଧରି ଯୁଦ୍ଧ ଭୂମିରେ ଅତିବାହିତ କରୁଥିଲେ। ସେସମୟର ଖାଦ୍ୟପାନୀୟ ମଧ୍ୟ ସେମାନଙ୍କ ନିମନ୍ତେ ଅନ୍ୟତମ ପ୍ରମୁଖ ଆବଶ୍ୟକତା ଥିଲା। ଏଣୁ ରାଜାଘରର ରୋଷେୟା ସେଇ ସମୟରେ କମ୍ ପାଣିର ଉପଯୋଗରେ ଦେଶୀ ଘିଅରେ ପ୍ରସ୍ତୁତ ‘ଡାଲ୍-ବାଟି’ ପ୍ରସ୍ତୁତ କରୁଥିଲେ। ଏଇ ବ୍ୟଞ୍ଜନ ଶରୀରକୁ ଶକ୍ତି ଯୋଗାଇବା ସହ ଦିନଦିନ ଧରି ଖରାପ ମଧ୍ୟ ହେଉନଥିଲା। ମେୱାରରେ ଆଜି ମଧ୍ୟ ଯୁଦ୍ଧବେଳର ଖାଦ୍ୟ ଭାବେ ‘ଡାଲ-ବାଟି ଚୁରମା’ ଜଣାଯାଉଛି।

kalyan agarbati
Leave A Reply