www.samajalive.in
Friday, December 5, 2025
20.1 C
Bhubaneswar

ମାଳଦ୍ବୀପକୁ ଭାରତର ୧୪୦କୋଟି ଡଲାର ସହାୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମାଳଦ୍ବୀପକୁ ୧୪୦କୋଟି ଡଲାର ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରିଛନ୍ତି। ଭାରତ ଗସ୍ତରେ ଆସିଥିବା ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କାଳରେ ପ୍ରଧାନମନ୍ତ୍ରୀ ଏହି ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୪ଟି ବୁଝାମଣା ସ୍ବାକ୍ଷର ହୋଇଛି। ବୁଝାମଣା ଅନୁଯାୟୀ ଦୁଇଦେଶ ପରସ୍ପରର ନାଗରିକଙ୍କୁ ଭିସା ସୁବିଧା ପ୍ରଦାନ କରିବେ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୁରକ୍ଷା ଲାଗି ସହଯୋଗ କରିବେ। ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ମୋଦୀ କହିଛନ୍ତି ଯେ ଦୁଇଦେଶ ପରସ୍ପରର ଭୂଖଣ୍ଡକୁ ଅନ୍ୟର ସ୍ବାର୍ଥରେ କ୍ଷତି ପହଞ୍ଚାଇବା ଭଳି ବ୍ୟବହାର ଲାଗି ଦେବୁ ନାହିଁ। ମାଳଦ୍ବୀପ ଋଣରେ ବୁଡି ରହିଥିବାରୁ ଭାରତ ଠାରୁ ଆର୍ଥିକ ସହାୟତା ଲୋଡିଥିଲା। ଏହି ଆଧାରରେ ଭାରତ ୧୪୦କୋଟି ଡଲାର ସହାୟତ ଯୋଗାଇ ଦେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାଳଦ୍ବୀପ ସହିତ ଆମର ଦୃଢ ବାଣିଜ୍ୟିକ ସମ୍ପର୍କ ରହିଛି। ଭାରତୀୟ କମ୍ପାନୀଗୁଡିକ ପାଇଁ ମାଳଦ୍ବୀପରେ ଅନେକ ବ୍ୟବସାୟିକ ସୁଯୋଗ ରହିଛି। ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଇବ୍ରାହିମ୍ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତକୁ ଆସିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories