www.samajalive.in
Saturday, December 6, 2025
26.1 C
Bhubaneswar

ସଂଜୟ ଦାସଙ୍କୁ ‘ଭୂମିରତ୍ନ’ ଗୌରବ

କଟକ: ଭୂଇଁରେ ଓଡ଼ିଆ ଯୁବ ଉଦ୍ୟୋଗୀ ସଂଜୟ ଦାସ ‘ଭୂମିରତ୍ନ’ ଗୌରବରେ ଗୌରବାନ୍ୱିତ ହେବାକୁ ଯାଉଛନ୍ତି ଆସନ୍ତା ଜାନୁଆରୀ ୧୩ ତାରିଖରେ। ଇଣ୍ଡୋନେସିଆ ‘ବାଲି’ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଗୌରବ ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଦୁଇଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୧୧ଜଣଙ୍କୁ ଏହି ସମ୍ମାନ ‘ଆସ୍ଥା ଫାଉଣ୍ଡେସନ୍‍ ଟ୍ରଷ୍ଟ’ ପକ୍ଷରୁ ପ୍ରଦାନ କରାଯାଇଥାଏ। ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍‍ର ୧୯୯୨ ବ୍ୟାଚ୍‍ର ଛାତ୍ର ଶ୍ରୀ ଦାସ ମାଲେସିଆଠାରେ ଦୀର୍ଘ ବର୍ଷଧରି ଜଣେ ଯୁବ ଉଦ୍ୟୋଗୀ ଭାବେ ବହୁ ସମ୍ମାନର ଅଧିକାରୀ। ଚଳିତବର୍ଷ ପ୍ୟାରିସ୍‍ଠାରେ ଅନୁଷ୍ଠିତ ‘ୱାର୍ଲଡ କଂଗ୍ରେସ ଆଣ୍ଡ୍‍ ଏକ୍ସପୋ ହେଲ୍‍ଥକେୟାର ଆଇଟି’ରେ ବତ୍କୃତା ଦେବାପାଇଁ ସେ ସ୍ୱତନ୍ତ୍ରଭାବେ ନିମନ୍ତ୍ରିତ ହୋଇଥିଲେ। ‘ଏସ୍‍ଡ଼ି ଗ୍ଲୋବାଲ’ ନାମକ ଅନ୍ତଃରାଷ୍ଟ୍ରୀୟ ଆଧୁନିକ କଂପ୍ୟୁଟୀକରଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ କମ୍ପାନୀର ସେ ହେଉଛନ୍ତି ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ। ବାପା ତ୍ରିନାଥ ଦାସ ରାଉରକେଲା ଷ୍ଟିଲ୍‍ପ୍ଲାଣ୍ଟ୍‍ର ଜଣେ ଅବସରପ୍ରାପ୍ତ କର୍ମଚାରୀ ଆଉ ଜନ୍ମସ୍ଥାନ ନୟାଗଡ଼ ଜିଲା ଶରଣକୂଳ ନିକଟସ୍ଥ ବଡ଼ଗରଡ଼ା ଗ୍ରାମରେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories