ରାମଗଡ଼ : ଝାଡଖଣ୍ଡ ରାଜଧାନୀ ରାଞ୍ଚିର ୩୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଶନିବାର ପାଟଣାର ୩୩ ନମ୍ବର ଜାତୀୟ ରାଜପଥରେ ପୈଙ୍କି ମୋଡରେ ଗୋଟିଏ ଇନୋଭା ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତ୍ୟୁ ବରଣ କରିଥିବା ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଟ୍ରକ ଏବଂ ଏକ ଇନୋଭା ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଥିଲା ଯେ, ଇନୋଭାରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଗୋଟଏ ପରିବାରର ଜଣେ ମଧ୍ୟ ସଦସ୍ୟ ବଞ୍ଚିନାହାଁନ୍ତି ।
ମୃତ ଦେହକୁ ରାମଗଡ଼ର ସଦର ଡାକ୍ତରଖାନାରେ ରଖାଯାଇଛି । ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା । ଇନୋଭାରେ ଥିବା ଲୋକମାନେ ବିହାରର ବକ୍ସର ଗାଁରେ ଠାକୁରଙ୍କ ପାଖରେ ପିଲାମାନଙ୍କର ଚୁଟି ପକାଇ ରାଞ୍ଚି ଫେରୁଥିଲେ। ସେମାନଙ୍କ ପାଖରୁ ମିଳିଥିବା ମୋବାଇଲରୁ ପୁଲିସ ତାଙ୍କ ବନ୍ଧୁ ପରିଜନଙ୍କୁ ଏହି ଘଟଣା ବିଷୟରେ ଜଣାଇଛନ୍ତି।



