ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

0

ଜାକାର୍ତା : ଇଣ୍ଡୋନେସିଆର କେନ୍ଦ୍ରାଞ୍ଚଳରେ ବୁଧବାର ମଧ୍ୟାହ୍ନ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରେକର୍ଡ କରାଯାଇଛି। ଏଥିରେ ଜଣେ ପ୍ରାଣ ହରାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। କେତେକ ସ୍ଥାନରେ ଘର ଫାଟି ଯାଇଥିବା ଓ କାନ୍ଥ ଧସିଯାଇଥିବା ଦେଖିବାକୁ ମିଳିଛି। ଇଣ୍ଡୋନେସିଆ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳ କେବୁମେନ ଜିଲାଠାରୁ ୫୨ କିଲୋମିଟର ଦୂର ଭୂଗର୍ଭର ୪ କିଲୋମିଟର ଭିତରେ ଅବସ୍ଥିତ। ମଧ୍ୟାହ୍ନ ୧ଟା ୨୮ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପରେ ଅନେକ ସ୍କୁଲ, ମସଜିଦ୍‍ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply