www.samajalive.in
Monday, December 8, 2025
14.1 C
Bhubaneswar

ଭିମସାରରେ ଓପିଡି ଏବଂ ଆଇପିଡି ସେବା ବନ୍ଦ

ସମ୍ବଲପୁର: ବୁର୍ଲା ଭିମସାର ମେଡ଼ିକାଲ ବିବାଦ ତେଜିବାରେ ଲାଗିଛି । ଶନିବାର କନିଷ୍ଠ ଡାକ୍ତରମାନେ ଓପିଡି ଓ ଆଇପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହେଲେ ଜରୁରୀକାଳୀନ ସେବା ଜାରି ରହିଛି । ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ହଟାଇବା ପାଇଁ ଦିଆଯାଇଥିବା ୪୮ ଘଣ୍ଟା ସମୟ ମହଲତ ଆଜି ଶେଷ ହୋଇଛି । ଶନିବାର ଏନେଇ କୌଣସି ପଦକ୍ଷେପ ନିଆ ଯାଇନଥିବା ବେଳେ କନିଷ୍ଠ ଡାକ୍ତର ସଂଘ ସହ କେହି ଆଲୋଚନା ମଧ୍ୟ କରିନାହାନ୍ତି । ଯଦି ଆସନ୍ତା ସୋମବାର ମଧ୍ୟରେ ଯଦି କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ରୋଗୀ ସେବା ବନ୍ଦ କରାଯିବ ବୋଲି କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସୂଚନାଯୋଗ୍ୟ, ନିଜ ପଦବୀର ଦୁର୍ବ୍ୟବହାର କରୁଥିବା ନେଇ ଭିମସାର ନିର୍ଦ୍ଦେଶକ ପ୍ର. ଅଶ୍ୱିନୀ ପୂଜାହାରୀଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହା ସହ ଛାତ୍ରଛାତ୍ରୀଙ୍କୁ ଫେଲ କରି ଦେବାକୁ ମଧ୍ୟ ଧମକ ଦିଆଯାଇଥିଲା। ଏଭଳି ୧୦ଟି ଅଭିଯୋଗ ସମ୍ବଳିତ ଦାବିପତ୍ର କନିଷ୍ଠ ଡାକ୍ତର ସଂଘ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ନିର୍ଦ୍ଦେଶକ ପ୍ର. ଅଶ୍ୱିନୀ ପୂଜାହାରୀଙ୍କ ବଦଳି ପାଇଁ କନିଷ୍ଠ ଡାକ୍ତର ସଂଘ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୪୮ ଘଣ୍ଟାର ସମୟ ମହଲତ ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories