www.samajalive.in
Saturday, December 6, 2025
16.1 C
Bhubaneswar

ବୋଇଂରେ ଅସୁସ୍ଥ ଘଟଣା: ୩୦ ଲକ୍ଷ ଟଙ୍କା ଦାବି କଲେ ଯାତ୍ରୀ

ମୁମ୍ବଇ: ପାଇଲଟ୍‍ଙ୍କ ଅବହେଳା କାରଣରୁ ଜେଟ୍‍ ଏୟାରୱେଜ୍‍ରେ ଯାତ୍ରୀ ମାନେ ଅସୁସ୍ଥ ହେବା ପରେ କ୍ଷତିପୂରଣ ଦାବି କରିଛନ୍ତି। ସିଟି ହସ୍ପିଟାଲ୍‍ରେ ଚିକିତ୍ସିତ ହେଉଥିବା ୫ ଜଣ ଗୁରୁତର ଅସୁସ୍ଥ ଯାତ୍ରୀଙ୍କ ମଧ୍ୟରୁ ଜଣେ ଯାତ୍ରୀ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ୧୦୦ଟି ଅପ୍‍ଗ୍ରେଡ୍‍ ବିଜିନେସ୍‍ କ୍ଲାସ୍‍ ଟିକେଟ୍‍ ଦାବି କରିଛନ୍ତି। ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ସେଦିନ ଦାୟିତ୍ୱରେ ଥିବା ପାଇଲଟ୍‍ ଓ କ୍ୟାବିନ୍‍ କ୍ର୍ୟୁମାନଙ୍କ ଫଟୋ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ପ୍ରକାଶ କରିବାକୁ ଧମକ ଦେଇଛନ୍ତି।
ଭାରତୀୟ ବେସାମରିକ ଉଡ଼ାଣ ନିୟମ ଅନୁଯାୟୀ, ଯଦି କୌଣସି ଯାତ୍ରୀ ବିମାନଯାତ୍ରା ବେଳେ ଆହତ ହୁଅନ୍ତି ତେବେ ସେମାନଙ୍କୁ ସମ୍ପୃକ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥା କ୍ଷତିପୂରଣ ଦେବା ପାଇଁ ବାଧ୍ୟ। ଗତ ୨୦ ତାରିଖରେ ଯେଉଁ ଘଟଣା ଘଟିଲା ସେଥିପାଇଁ ଜେଟ୍‍ ଏୟାରୱେଜ୍‍ର କର୍ମଚାରୀଙ୍କ ଗୁରୁତର ଅବହେଳାକୁ ଯାତ୍ରୀମାନେ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି।
ଗତ ୨୦ ତାରିଖରେ ମୁମ୍ବଇରୁ ୧୭୧ ଜଣ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଜୟପୁର ଯାଉଥିବା ଜେଟ୍‍ ଏୟାରୱେଜ୍‍ର ଏକ ବୋଇଂ ବିମାନ ଉଡ଼ାଣର କିଛି ସମୟ ପରେ ହଠାତ୍‍ ଯାତ୍ରୀମାନେ ଅସ୍ୱସ୍ଥି ଅନୁଭବ କରିଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ ହେବା ସହିତ ଅନ୍ୟ କେତେଜଣ ମୁଣ୍ଡବିନ୍ଧା ହେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ତୁରନ୍ତ ବିମାନକୁ ମୁମ୍ବଇ ଫେରାଇ ଅଣାଯାଇଥିଲା। ଅସୁସ୍ଥ ଯାତ୍ରୀଙ୍କୁ ବିମାନ ବନ୍ଦରର ଡାକ୍ତର ପରୀକ୍ଷା କରିବା ପରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ବିମାନରେ ବାୟୁ ଚାପ ନିୟନ୍ତ୍ରଣ କରୁଥିବା ବଟନ୍‍କୁ ସକ୍ରିୟ କରିବା ପାଇଁ ପାଇଲଟ୍‍ ଭୁଲି ଯାଇଥିବାରୁ ଏଭଳି ଘଟଣା ଘଟିଥିଲା। ଘଟଣାର ତଦନ୍ତ ପାଇଁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‍ଭେଷ୍ଟିଗେସନ୍‍ ବ୍ୟୁରୋକୁ ଦାୟିତ୍ୱ ଦିଆଯାଇଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories