www.samajalive.in
Tuesday, December 9, 2025
16.1 C
Bhubaneswar

୩ ଡକାୟତି ଗ୍ୟାଙ୍ଗ ଗିରଫ

ବଲାଙ୍ଗିର: ଭାରତ ଫାଇନ୍ସର ମ୍ୟାନେଜର ନିମାଇ ଚରଣ ବେହେରାଙ୍କ ଠାରୁ ଲୁଟ୍ ଅଭିଯୋଗରେ ବଲାଙ୍ଗିର ପୁଲିସ ୩ ଜଣଙ୍କ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ସଦର ଥାନା ଅଞ୍ଚଳର ଗୋପାଲ ବାରିକ (୨୬), ବିଜୟ ପ୍ରଧାନ (୩୫) ଏବଂ ଟାଉନ ଥାନା ଅଞ୍ଚଳରକଯଧିର କୁଦେଇ (୨୩) । ଗିରଫ ବେଳେ ସେମାନଙ୍କ ନିକଟରୁ ଚୋରି ବାଇକ୍ ସମେତ ଦୁଇଟି ମଟର ସାଇକେଲ, ୬ଟି ମୋବାଇଲ ଫୋନ୍ ଓ ଗୋଟିଏ ଲୁହା ରଡ ଜବତ ହୋଇଛି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୩୦ ତାରିଖ ଅପରାହ୍ନରେ ଭାରତ ଫାଇନ୍ସର ମ୍ୟାନେଜର ନିମାଇ ଚରଣ ବେହେରା ବାର୍କାନି ଓ ସିନ୍ଧୁରବହାଲ  ଗାଁରୁ ଟଙ୍କା ଆଦାୟ କରି ଫେରୁଥିବା ବେଳେ ସଦେଇପାଲି-କନ୍ଧପାଲି ରାସ୍ତା ନିକଟରେ ଏମାନେ ତାଙ୍କୁ ଅଟକାଇ ଥିଲେ । ଏକ ଲୁହା ରଡ ଓ ଲାଠିରେ ତାଙ୍କୁ ମାଡ ମାରିବା ସହ ନଗଦ ଏକ ଲକ୍ଷ ୭୫ ହଜାର ଟଙ୍କା ଏବଂ ହିରୋ ହୋଣ୍ଡା ସ୍ପେଣ୍ଡର ମଟର ସାଇକେଲ ଚଢାଇ ନେଇ ଫେରାର ହୋଇଯାଇଥିଲେ । ଏନେଇ ନିମାଇ ଚରଣ ବେହେରା ସଦର ଥାନାରେ ଏକ ମାମଲା ରୁଜୁ କରିବା ପରେ ପୁଲିସ ପୁର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା। ଆଜି ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତ ନାମରେ ବଲାଙ୍ଗୀର, ଟିଟିଲାଗଡ, କଳାହାଣ୍ଡି, ନୂଆପଡା, ବରଗଡ ଓ ନାର୍ଲା ଅଞ୍ଚଳରେ ଡକାୟତି କରିଥିବା ନେଇ ଅଭିଯୋଗ ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories