BJD Bijuli 480×75 Mob

ବେକରେ ରସି ଲଗେଇ ଯୁବକଙ୍କ ଆତ୍ମହତ୍ୟା 

BJD Bijuli 480×75 Mob
ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାରିହାଗୁଡ଼ା ଗ୍ରାମରେ ଜଣେ ଯୁବକ ବେକରେ ରସି ଲଗେଇ ଆତ୍ମହତ୍ୟା କରିଛି।ମୃତ ବ୍ୟକ୍ତି ଜଣକ ହେଲେ ରାଜେନ୍ଦ୍ର ବାଘ ।ସୂ ଚନା ମୁତାବକ ରାଜେନ୍ଦ୍ର ବିଭିନ୍ନ ସହାତ ଉଧାରି ହୋଇ ଆର୍ଥିକ ଋଣ ଗ୍ରସ୍ତ ହୋଇ ମାନସିକ ଚାପ ଗ୍ରସ୍ତ ହୋଇ ରହୁ ଥିଲା । ଯାହାକୁ ନେଇ ଘରେ ପାରିବାରିକ କଳହ ଲାଗି ରହୁଥିଲା । କିଛି ଦିନ ହେବ ସ୍ତ୍ରୀ ଏବଂ ଭାଇମାନଙ୍କ ସହିତ ମଧ୍ୟ ଗଣ୍ଡଗୋଳ ହୋଇଥିଲେ । ତେଣୁ ସ୍ତ୍ରୀ ଏବଂ ପିଲା ଛୁଆ ମଧ୍ୟ ପାଖରେ ନ ଥିଲେ ।
ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ।ଶେଷରେ ମାନସିକ ଚାପ ଗ୍ରସ୍ତ ହୋଇ ଘରେ କିଏ ନ ଥିବାର ସୁଯୋଗ ନେଇ ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ପରିବାର ବର୍ଗ  ପ୍ରକାଶ କରିଛନ୍ତି। ଅନ୍ୟପଟେ ସୋମବାର ଦିନ ସକାଳେ ଖଜୁରୀପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଖଜୁରୀପଡ଼ା ଥାନାରେ ୭/୨୪ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।

Comments are closed.