www.samajalive.in
Saturday, December 6, 2025
14.1 C
Bhubaneswar

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ପାଇକମାଲ/ପୁରେନା: ଗତ ବିଳମ୍ବିତ ରାତିରେ ଦନ୍ତା ହାତୀ ଆକ୍ରମଣରେ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତ ମର୍ଯ୍ୟାଦାପାଲି ଗ୍ରାମର ଚକ୍ରଧର ବରିହା (୬୦)ଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ, ପଖନ ଜଖା ନାମରେ ପରିଚିତ ଚକ୍ରଧର ଭିକ୍ଷା ବୃତ୍ତି କରି ଚଳି ଆସୁଥିଲେ। ଭିକ୍ଷା ମାଗିବା ସମୟରେ ସେ ପରିବେଶ ସୁରକ୍ଷା ପାଇଁ ‘ଗଛଖୁଟ ଜଗାଅ… ପାଣି ପବନ ପାଇବ’ ବୋଲି ଗୀତ ଗାଉଥିଲେ। ପ୍ରାୟ ଏକବର୍ଷ ହେବ ଗନ୍ଧମାର୍ଦନ ପାହାଡ଼ର ମର୍ଯ୍ୟାଦାପାଲି ଜଙ୍ଗଲରେ ଏକ ଝାଟିମାଟି କୁଡ଼ିଆ କରି ମାଗି ଯାଚି ଚଳିଆସୁଥିଲେ। ଗତରାତିରେ ସେ ତାଙ୍କ ଝାଟିମାଟି କୁଡ଼ିଆରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ଆସି ତାଙ୍କୁ ଦଳିଚକଟି ଦେଇ ୫୦ ମିଟର ଦୂରକୁ ଘୋଷାଡ଼ି ନେଇଥିଲା। ଖବରପାଇ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ପୁଟା, କର୍ଯ୍ୟନିର୍ବାହୀ ଅଧିକାରୀ ସାନନ୍ଦ ମେହେର, ଜିଲା ପରିଷଦ ସଦସ୍ୟ ବିଶ୍ୱନାଥ ବାଗ, ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ପହଞ୍ଚିଥିଲେ। ଜଙ୍ଗଲ ବିଭାଗର ରେଞ୍ଜର ଧ୍ରୁବଚରଣ ବେହେରା, ଫରେଷ୍ଟଗାର୍ଡ଼ ରଶ୍ମିତା ସାହୁଙ୍କ ସମେତ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚିବା ସହ ମୃତ ଚକ୍ରଧରର ଭାଇ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ଫରେଷ୍ଟ ବିଭାଗ ତରଫରୁ ୪୦ ହଜାର ଟଙ୍କାର ଚେକ୍‍ ପ୍ରଦାନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁରକୁ ପଠାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories