www.samajalive.in
Friday, December 5, 2025
20.1 C
Bhubaneswar

ମନୋଜ ଦାସଙ୍କ ଗଳ୍ପକୁ କଦର୍ଥ କରି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗ

କଟକ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସଙ୍କ ବହୁଚର୍ଚ୍ଚିତ ଗପ ‘ଜହ୍ନରାତିର ସେତୁ’କୁ କଦର୍ଥ କରି ଏବଂ ଲେଖକଙ୍କଠାରୁ ଅନୁମତି ନ ନେଇ ‘ମରୀଚିକା’ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ୟୁଟ୍ୟୁବରେ ମୁକ୍ତିଲାଭ କରିଥିବାରୁ ଏହାର ତୀବ୍ର ନିନ୍ଦା କରାଯିବା ସହିତ ଏହାର ପ୍ରସାରଣ ଉପରେ ରୋକ ଲଗାଯିବାକୁ ଦାବି କରାଯାଇଛି। ସେହିପରି ଏହି ଚଳଚ୍ଚିତ୍ର ଯେପରି କୌଣସି ଫିଲ୍ମ ସମାରୋହରେ ପ୍ରଦର୍ଶିତ ନହୁଏ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି।
ମନୋଜ ଦାସ ଫ୍ୟାନ୍ସ ଗ୍ରୁପର ପ୍ରଭଞ୍ଜନ ମିଶ୍ରଙ୍କ ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି ଯେ ଲେଡିବାର୍ଡ ଏଣ୍ଟରଟେଣ୍ଟମେଣ୍ଟ ଏବଂ ଏଙ୍ଗଲ ବି ମିଡିଆସ୍‌ ପ୍ରାଇଭେଟ ଲିଃ ପକ୍ଷରୁ ୧୦ ଏପ୍ରିଲ ୨୦୧୮ରେ ୟୁଟ୍ୟୁବରେ ‘ମରୀଚିକା’ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏହାକୁ ନିର୍ମାଣ କରିବା ପୂର୍ବରୁ ମୂଳ ଲେଖକଙ୍କ ଅନୁମତି ନିଆଯାଇନାହିଁ, କେବଳ ​‌େ​‌ଷ୍କ୍ରାଲରେ ଛୋଟଛୋଟ ଅକ୍ଷରରେ ମନୋଜ ଦାସଙ୍କ ଗଳ୍ପ ଦ୍ବାରା ଅନୁପ୍ରାଣିତ ବୋଲି ଉଲ୍ଳେଖ କରାଯାଇଛି। ଏହା କପିରାଇଟର ଉଲ୍ଲଙ୍ଘନ ଅଟେ। ଏହାଛଡ଼ା ଲେଖକ ଯେଉଁ ଭାବଧାରାରେ ଗଳ୍ପର କଥାବସ୍ତୁକୁ ନିର୍ମାଣ କରିଛନ୍ତି, ଫିଲ୍ମରେ ତାହାକୁ କଦର୍ଥ ଏବଂ ନିମ୍ନରୁଚିସମ୍ପନ୍ନ କରି ଉପସ୍ଥାପନା କରାଯାଇଛି। ଏଣୁ ଚଳଚ୍ଚିତ୍ର ପ୍ରସାରଣ ଉପରେ ନିଷେଧାଦେଶ ଜାରି ସହିତ ଯେପରି ଏହା କୌଣସି ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ନ ହୁଏ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରାଯାଇଛି। ଚଳଚ୍ଚିତ୍ରର ପ୍ରଯୋଜକ କବିତା ପାତ୍ର, ନିର୍ଦେଶକ ସୋମିଓ ଅଛନ୍ତି। ଏ ସମ୍ପର୍କରେ ସଂପୃକ୍ତ ପ୍ରଯୋଜନା ସଂସ୍ଥା ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବାର୍ତ୍ତାଳାପ ହୋଇପାରି ନଥିବାରୁ ମତାମତ ସ୍ଥାନିତ କରାଯାଇପାରି ନାହିଁ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories