www.samajalive.in
Sunday, December 14, 2025
18.1 C
Bhubaneswar

ବୁର୍ଲା ଭିମସାର ପିଜି ଡାକ୍ତରଙ୍କ ବିକ୍ଷୋଭ ଓ ଶୋଭାଯାତ୍ରା

ସମ୍ବଲପୁର:  କଟକ ଏସସିବି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୯ ଦିନରେ ପହଞ୍ଚିଛି । କଟକ ମେଡିକାଲ ପିଜି ଡାକ୍ତରଙ୍କ ଆନ୍ଦୋଳନ ଏବଂ ଦାବୀକୁ ସମର୍ଥନ ଜଣାଇ ବୁର୍ଲା ଭିମସାର ପିଜି ଡାକ୍ତରୀ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶୋଭାଯାତ୍ରା କରିଛନ୍ତି । ଡଃ ଦତ୍ତେଶ୍ବର ହୋତାଙ୍କ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ଦାବି କରି ଭିମସାର ପିଜି ଡାକ୍ତରୀ ଛାତ୍ରଛାତ୍ରୀ । ସୂଚନାଯୋଗ୍ୟ, ଏସସିବି ୟୁରୋଲେଜି ବିଭାଗରେ ଶିକ୍ଷା ଲାଭ କରୁଥିବା ଏମସିଏଚ୍ ଛାତ୍ରଛାତ୍ରୀମାନଙ୍କୁ ଶୋଷଣ କରାଯିବା ସହ ଘରୋଇ ହସ୍ପିଟାଲରେ ରୋଗୀସେବା କରିବାକୁ ବାଧ୍ୟ କରାଯାଉଛି । ଏଥିରେ ଅନିଚ୍ଛା ପ୍ରକାଶ କରୁଥିବା ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଧମକ ମିଳୁଛି । ଏହାକୁ ବିରୋଧ କରି ଏସସିବିର ସମସ୍ତ ଏମସିଏଚ, ଡିଏମ୍ ଓ ପିଜି ଡାକ୍ତମାନେ ଗତ ୧୯ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories