ବିଶ୍ୱ ପରିବେଶ ଦିବସର ବିଡ଼ମ୍ବନା; ତିମି ପେଟରୁ ବାହାରିଲା ପଲିଥିନ୍‍

0

ନୂଆଦିଲ୍ଲୀ: ଜୁନ୍‍ ୫କୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରିବା ଅବସରରେ ସମଗ୍ର ବିଶ୍ୱକୁ ସବୁଜ ସୁନ୍ଦର କରିବା ନିମନ୍ତେ ସମସ୍ତେ ଉଦ୍ୟମ, ପ୍ରତିଶ୍ରୁତି ଓ ସଂକଳ୍ପ କରୁଥିଲେ ମଧ୍ୟ ବାସ୍ତବ ପକ୍ଷେ ପ୍ରଦ୍ୟୁଷଣ କେତେ ମାତ୍ରାରେ ଭୟଙ୍କର ତା’ର ଜ୍ୱଳନ୍ତ ଉଦାହରଣ ଦୃଶ୍ୟମାନ ହେଉଛି ଏକ ତିମି ମାଛର ପେଟ ଭିତରେ।
ଥାଇଲ୍ୟାଣ୍ଡର ମେରିନ୍‍ ଓ କୋଷ୍ଟାଲ ରିସୋର୍ସ ବିଭାଗ ଦ୍ୱାରା ଏଭଳି ଏକ ସତ୍ୟ ସାମ୍ନାକୁ ଆସିଛି। ଏହି ବିଭାଗ ଦ୍ୱାରା ଚିକିତ୍ସା କରାଯାଉ ଥିବା ଏକ ତିମି ଚିକିତ୍ସାରତ ଅବସ୍ଥାରେ ବାନ୍ତି କରିଥିଲା। ଏହି ବାନ୍ତିରେ ୫ଟି ପଲିଥିନ ବ୍ୟାଗ ତିମି ପେଟରୁ ବାହାରିବା ଘଟଣା ଚିକିତ୍ସକଙ୍କୁ ଆଚମ୍ବିତ କରିଥିଲା। ଦୀର୍ଘ ପ୍ରଚେଷ୍ଟା ପରେ ମଧ୍ୟ ତିମିକୁ ସୁସ୍ଥ୍ୟ କରିବାରେ ଚିକିତ୍ସକ ବିଫଳ ହେବା ପରେ ତା’ର ବ୍ୟବଚ୍ଛେଦ କରିବା ଉଚିତ ମଣିଥିଲେ ବିଭାଗୀୟ କର୍ତ୍ତୁପକ୍ଷ। ବ୍ୟବଚ୍ଛେଦ ସମୟରେ ତିମି ପେଟରୁ ମୋଟ୍‍ ୮୦ଖଣ୍ଡ ପଲିଥିନ ବାହାରି ଥିଲା। ଯେଉଁ ଅନୁପାତରେ ସମୁଦ୍ରରେ ପଲିଥିନ ମିଶୁଛି ଏଥିରେ ନିୟନ୍ତ୍ରଣ କରା ନଗଲେ ଖୁବ୍‍ ଶୀଘ୍ର ସମୁଦ୍ର ଜୀବଜନ୍ତୁ ବିଲୁପ୍ତ ହୋଇଯିବେ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।
ତିମି ମାଛଟି ଥାଇଲ୍ୟାଣ୍ଡର ଦକ୍ଷିଣରେ ଅବସ୍ଥିତ ସଙ୍ଗଖଲା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ଉକ୍ତ ତିମିକୁ ଉଦ୍ଧାର କରି ତା’ର ଚିକିତ୍ସା ଚାଲିଥିବାବେଳେ ମୃତ୍ୟୁ ହୋଇଥିଲା। ପୂର୍ବରୁ ଥାଇଲ୍ୟାଣ୍ଡରେ ଆଉ ଏକ ତିମି ମଧ୍ୟ ପଲିଥିନ ବ୍ୟାଗ ପାଇଁ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ବ୍ୟବଚ୍ଛେଦ ସମୟରେ ତିମି ପେଟରୁ ୮କିଲୋ ପ୍ଲାଷ୍ଟିକ ବ୍ୟାଗ ଉଦ୍ଧାର କରାଯାଇ ଥିଲା।

Leave A Reply