www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱ କୁସ୍ତି ଚମ୍ପିଆନ୍‍ସିପ୍‍: ବଜରଙ୍ଗଙ୍କୁ ରୌପ୍ୟ

ବୁଦାପେଷ୍ଟ: ଏଠାରେ ଚାଲିଥିବା ବିଶ୍ୱ କୁସ୍ତି ଚମ୍ପିଆନ୍‍ସିପ୍‍ରେ ଭାରତର ବଜରଙ୍ଗ ପୁନିଆ ରୌପ୍ୟପଦକ ଜିତିଛନ୍ତି। ପୁରୁଷ ୬୫ କେଜି ଫାଇନାଲରେ ପରାସ୍ତହୋଇ ବଜରଙ୍ଗ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି। ସୋମବାର ଫାଇନାଲରେ ଜାପାନର ତାକୁତୋ ଓଟୁଗୁରୋ ୧୬-୯ ପଏଣ୍ଟରେ ବଜରଙ୍ଗଙ୍କୁ ପରାସ୍ତ କରିଛନ୍ତି। ତଥାପି ପ୍ରଥମ ଭାରତୀୟ ଭାବେ ବିଶ୍ୱ କୁସ୍ତି ଚମ୍ପିଆନ୍‍ସିପ୍‍ରେ ୨ଟି ପଦକ ଜିତିବାର କୃତିତ୍ୱ ବଜରଙ୍ଗ ହାସଲ କରିଛନ୍ତି। ୨୦୧୩ରେ ବଜରଙ୍ଗ ବ୍ରୋଞ୍ଜ୍‍ପଦକ ଜିତିଥିଲେ। ଏକମାତ୍ର ଭାରତୀୟ ଭାବେ ସୁଶୀଲ କୁମାର ୨୦୧୦ରେ ସ୍ୱର୍ଣ୍ଣପଦକ ଜିତିଥିଲେ। ଚଳିତବର୍ଷ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ବଜରଙ୍ଗ ୩ଟି ପ୍ରମୁଖ ପ୍ରତିଯୋଗିତାରେ ପଦକ ଜିତି ପାରିଛନ୍ତି। କ୍ୱାର୍ଟରଫାଇନାଲରେ ମଙ୍ଗୋଲିଆର ତୁଲ୍‍ଗା ତୁମୁର ଓଚିରଙ୍କୁ ୫-୩ ପଏଣ୍ଟରେ ପରାସ୍ତ କରିବା ପରେ ବଜରଙ୍ଗ ସେମିଫାଇନାଲରେ କ୍ୟୁବାର ଆଲେଜାଣ୍ଡ୍ରୋ ଭାଲ୍‍ଡେସ୍‍ ଟୋବିଅରଙ୍କୁ ୪-୩ ପଏଣ୍ଟରେ ପରାସ୍ତ କରିଥିଲେ। ଫାଇନାଲରେ ଜାପାନୀ ମଲ୍ଲଯୋଦ୍ଧାଙ୍କ ବିପକ୍ଷରେ ବଜରଙ୍ଗ ୦-୫ରେ ପଛୁଆ ଥିଲେ ହେଁ ପ୍ରଥମ ରାଉଣ୍ଡ ଶେଷରେ ସ୍କୋର୍‍କୁ ୬-୭ କରିଥିଲେ। ପରେ ଜାପାନୀ ମଲ୍ଲଯୋଦ୍ଧା ସହଜରେ ବିଜୟୀ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories