www.samajalive.in
Saturday, December 6, 2025
26.1 C
Bhubaneswar

ତାଳଚେରରେ ଛୁଆ ହାତୀ ମୃତ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ପଞ୍ଚାୟତର ଲିଙ୍ଗରାକଟା ଗ୍ରାମ ନିକଟରେ ସୋମବାର ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା ବେଳେ ହାତୀମାନଙ୍କ ଆକ୍ରମଣରେ ଏକ ମଇଁଷି ମରିଥିବା ଘଟଣା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।
ଲିଙ୍ଗରାକଟା ଅଞ୍ଚଳକୁ ଗତ ଦୁଇଦିନ ହେଲା ୨୨ଟି ହାତୀ ଢ଼େଙ୍କାନାଳ ପଟୁ ଆସି ଗୁରୁଜାଙ୍ଗୁଲି ପଞ୍ଚାୟତ ଓ ଚାଇଁପାଳ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ୨୦ ତାରିଖ ରାତିରେ ହାତୀ ପଲ ଆକ୍ରମଣରେ ଲିଙ୍ଗରାକଟା ଗ୍ରାମର ବିକ୍ରମ ରାଉତ(୬୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଜି ସକାଳୁ ଏହି ହାତୀପଲ ଲିଙ୍ଗରାକଟା ଗ୍ରାମର ଅଜିତ୍‍ ଦାସଙ୍କ ଏକ ମଇଁଷିକୁ ମାରିଥିବା ଜଣାଯାଇଛି। ଆଜି ମଧ୍ୟାହ୍ନରେ ହାତୀପଲ ଭିତରୁ ପ୍ରାୟ ୨/୩ ବର୍ଷର ଏକ ଅଣ୍ଡିରା ହାତୀ ଛୁଆ ଲିଙ୍ଗରାକଟା ଗ୍ରାମରେ ଥିବା କାଉଁଶିବଣ ନିକଟ ଏକ ପଙ୍କ ପୋଖରୀରେ ମରି ପଡ଼ିଥିବା ଜଣାପଡ଼ିଛି। ତେବେ ଏହି ହାତୀ ଛୁଆର ମୃତ୍ୟୁ ଘଟଣା ନେଇ ହାତୀ ପଲ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ମରି ପଡିଥିବା ଛୁଆ ହାତୀ ନିକଟରେ ଘେରି ରହିଛନ୍ତି। ସ୍ଥାନୀୟ ବନ ବିଭାଗର କର୍ମଚାରୀମାନେ ଏହି ଛୁଆ ହାତୀକୁ ପଙ୍କ ପୋଖରୀରୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରୁ ନାହାନ୍ତି। ଗତକାଲି ରାତିରେ ହାତୀପଲ କେତେକ ଘର ଭାଙ୍ଗି ନଷ୍ଟ କରିଥିଲା ବେଳେ ଏକ ଅଟୋକୁ ଦଳି ଚକଟି ଦେଇଛନ୍ତି। ହାତୀମାନଙ୍କର ଏହି ଉତ୍ପାତ ଦୁଇଦିନ ହେଲା ପ୍ରବଳ ମାତ୍ରାରେ ହେଉଥିବା ଯୋଗୁଁ ଗୁରୁଜାଙ୍ଗୁଲି, ଲିଙ୍ଗରାକଟା, ଦାସନାଳୀ, ଝାଡ଼ିଅମ୍ବା, ଟୋଲକଲୁଣ୍ଡି, ସନ୍ଥପଡ଼ା ଓ ଚାଇଁପାଳ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ମୃତ୍ୟୁ ହୋଇଥିବା ହାତୀ ଛୁଆଟିର ଦାନ୍ତ ଉଠି ନଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ ହାତୀ ପଲରେ ଆସିଥିବା ଏହି ହାତୀ ଛୁଆଟି ଅସୁସ୍ଥ ଥିଲା ବୋଲି କୁହାଯାଇଛି। ଆଜି ସଂଧ୍ୟାରେ ହାତୀପଲ ଝାଡ଼ିଅମ୍ବା ନିକଟସ୍ଥ ଥର୍ମାଲ୍‍ ଆଶପଣ୍ଡ ନିକଟରେ ଥିବା ଏକ ବୁଦୁବୁଦିଆ ଜଙ୍ଗଲରେ ବୁଲୁଥିବା ବେଳେ ବନ ବିଭାଗ ଘଉଡାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛିି।
ଗୁରୁଜାଙ୍ଗୁଲି ପଞ୍ଚାୟତକୁ ପଶିଆସିଥିବା ଏହି ହାତୀପଲଙ୍କ ଯୋଗୁଁ ବ୍ୟାପକ ଫସଲ ହାନି ହେବା ସହ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହେବା ଘଟଣା ଏବଂ ଆଜି ପୁଣି ଏକ ମଇଁଷିକୁ ମାରିଦେବା ଘଟଣା ନେଇ ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ସରପଞ୍ଚ ସନ୍ତୋଷ ମହାନ୍ତି, ରାକେଶ ପଟ୍ଟନାୟକଙ୍କ ସମେତ ଗ୍ରାମବାସୀ ଉପଜିଲାପାଳଙ୍କୁ ସାକ୍ଷାତ କରି ତୁରନ୍ତ ହାତୀମାନଙ୍କୁ ଘଉଡାଇବା ବ୍ୟବସ୍ଥା କରିବା ସହ ଫସଲ ହାନିର କ୍ଷତି ଏବଂ ମୃତ ବୃଦ୍ଧଙ୍କ ପରିବାର ଓ ମୃତ ମଇଁଷିର ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ତାଳଚେର ଭଳି ଶିଳ୍ପାଞ୍ଚଳରେ ଏଭଳି ହାତୀ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଚାଇଁପାଳ, ସନ୍ଥପଡ଼ା, ଦାସନାଳୀର ଥର୍ମାଲ୍‍ ଆଶପଣ୍ଡ, କଙ୍କିଳି, ଗୁରୁଜାଙ୍ଗ, ଗୁରୁଜାଙ୍ଗୁଲି, ବେଲପଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories