nua o banner

ବିମାନ ବନ୍ଦରରୁ ପୁଣି ସୁନା ଜବତ

BSKY banner  750×100
0

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ପୁଣି ଥରେ ସୁନା ଚାଲାଣକାରୀ ଧରାପଡ଼ିଛନ୍ତି। ବ୍ୟାଙ୍କକ୍‍ରୁ ଏୟାର ଇଣ୍ଡିଆ ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ବିମାନବନ୍ଦର କଷ୍ଟମ୍‍ ବିଭାଗ ଅଧୀନସ୍ଥ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‍ ୭୦୦ ଗ୍ରାମ ସୁନା ଜବତ କରିଛନ୍ତି। ଯାତ୍ରୀଙ୍କ ଗତିବିଧି ସନ୍ଦେହଜନକ ହେବାରୁ ୟୁନିଟ୍‍ର ଅଧିକାରୀମାନେ ତାଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେ ମିକ୍ସର ଗ୍ରାଇଣ୍ଡର ଭିତରେ ସୁନା ଲୁଚାଇ ରଖିଥିବା ଧରାପଡ଼ିଥିଲା। ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ବିମାନ ବନ୍ଦରରୁ ଅଷ୍ଟମ ଥର କଷ୍ଟମ୍‍ ବିଭାଗ ସୁନା ଚୋରାଚାଲାଣକାରୀଙ୍କୁ ଧରିଛି।

Leave A Reply