ବାରାଣସୀ ପୋଲ ଭୁଶୁଡ଼ିବା ଘଟଣା:ମୃତକଙ୍କ ପରିବାରବର୍ଗଙ୍କଠାରୁ ୩୦୦ଟଙ୍କା ଲାଞ୍ଚ

0

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ପୋଲ ଭୁଶୁଡ଼ି ୧୫ରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ସରକାର ତଦନ୍ତ ନିର୍ଦେଶ ଦେଇଛନ୍ତି। ତେବେ ମୃତକଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ସରକାର ଘୋଷଣା ମଧ୍ୟ କରିଛନ୍ତି। ତେବେ ଏହି ପ୍ରକ୍ରିୟାରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଛି। ମୃତକଙ୍କ ବ୍ୟବଚ୍ଛେଦ ପାଇଁ ପରିବାରବର୍ଗଙ୍କଠାରୁ ୩୦୦ଟଙ୍କା ଲାଞ୍ଚ ନିଆଯାଇ ଥିବା ଅଭିଯୋଗ ହୋଇଛି।
ଜୋନପୁରର ଜିତେନ୍ଦ୍ର ଯାଦବଙ୍କ ପରିବାରର ୫ଜଣ ସଦସ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ମୃତଦେହର ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଇ ଥିଲା। ଶବ ପିଛା ୩୦୦ ଟଙ୍କା ବ୍ୟବଚ୍ଛେଦ ପାଇଁ ଦାବୀ କରାଯାଇ ଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଜିତେନ୍ଦ୍ର ଯାଦବଙ୍କ ପରିବାରବର୍ଗଙ୍କ ପକ୍ଷରୁ ଏଭଳି ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଜାରି କରାଯାଇଛି। ଏବାବଦରେ ଉପ-ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଲାଞ୍ଚ ମାଗିଥିବା ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply