www.samajalive.in
Saturday, December 6, 2025
15.1 C
Bhubaneswar

ବରୁଣେଈରୁ ନୂଆ ଭାରତର ପରିକଳ୍ପନା:ଧର୍ମେନ୍ଦ୍ର

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତକୁ ନେଇ ରାଜ୍ୟ ବିଜେପି ଚଳଚଞ୍ଚଳ ହୋଇ ଉଠିଛି। ଏହି ଉପଲକ୍ଷେ ଖୋର୍ଦ୍ଧାର ବରୁଣେଇ ପାଦଦେଶରେ ହେବାକୁ ଥିବା ବିଶାଳ ଜନସମାବେଶକୁ ସଫଳ କରିବାପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ଅଞ୍ଚଳ ଗସ୍ତ କରି ଟିକିନିଖି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଫୋକସରେ ଏବେ ଓଡ଼ିଶା ରହିଛି। ଆସନ୍ତା ୨୪ରେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାଦଦେଶରେ ଅନୁଷ୍ଠିତ ହେବାକୁ ଥିବା ଜନସମାବେଶରେ ନୂତନ ଭାରତର ପରିକଳ୍ପନା କରାଯିବ। ଏଥିରେ ଲକ୍ଷାଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ। ଖୋର୍ଦ୍ଧାର ଐତିହାସିକ ବରୁଣେଇ ଓଡିଆ ମାନଙ୍କ ସ୍ପନ୍ଦନ, ସଂସ୍କୁତି ଓ ସ୍ୱାଭିମାନର ପେଣ୍ଠସ୍ଥଳୀ। ଏହା ସହ ଓଡିଆମାନଙ୍କ ଭାବାତ୍ମକ ସମ୍ପର୍କ ରହିଛି। ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟସ୍ତରରେ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ପାଇକ ବିଦ୍ରୋହର ସ୍ମୃତିରେ ଡାକଟିକଟ, କଏନ, ଉତ୍କଳ ବିଶ୍ୱବିଦ୍ୟାଳୟକୁ ଯେଉଁ ଚେୟାର ଦିଆଯାଇଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସେସବୁର ଲୋକାର୍ପଣ କରାଯିବ। ଏହା ସହ ଆଇଆଇଟି କ୍ୟାମ୍ପସ ଆଇଆଇଟିର ଲୋକାର୍ପଣ, ବ୍ରହ୍ମପୁରସ୍ଥିତ ଆଇଜରର ଶିଳାନ୍ୟାସ ଭଳି ଅନେକ କାମର ଶୁଭାରମ୍ଭ ହେବ। ଅପାର ସମ୍ଭାବନାର ରାଜ୍ୟଭାବେ ଓଡ଼ିଶା ପରିଗଣିତ ହେଉଥିଲେ ମଧ୍ୟ ଏବେ ବି ବହୁ ପଛରେ ରହିଛି। ଏଠାରେ ଯୁବପିଢ଼ିଙ୍କୁ ରୋଜଗାର ମିଳୁ ନଥିବାବେଳେ ପିଇବାପାଣି ମିଳୁନି କି ଜଳସେଚନ ନାହିଁ। ଏହି ସବୁ ପ୍ରମୁଖ ପ୍ରସଙ୍ଗ ରାଜ୍ୟବାସୀଙ୍କ ପାଇଁ ଏବେ ଆହ୍ବାନ ପାଲଟିଛି। ଯାହାକି କେବଳ ବିଜେପି ସରକାର ହିଁ ଦେଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ସମୀକ୍ଷା ଅବସରରେ ପୂର୍ବତନ ପ୍ରଶାସିକା ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ଜିଲାପାଳ ନିର୍ମଳ ମିଶ୍ର, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସାମିଲ ଥିଲେ।

ଉଜ୍ଜ୍ବଳା ଓ ଧାନ କିଣା ପ୍ରସଙ୍ଗକୁ ନେଇ ବର୍ଷିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର:କଂଗ୍ରେସ ପକ୍ଷରୁ ଉଜ୍ବଳା ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷିଛନ୍ତି। ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ଦଳ ୬୦ ବର୍ଷରୁ ଅଧିକ ସମୟ ଧରି ସରକାରରେ ଥିଲେ ମଧ୍ୟ ଗରିବ ମା’ ଓ ଭଉଣୀଙ୍କୁ ଏଲପିଜି ଦେଇ ପାରି ନଥିଲା। ପ୍ରଧାନମନ୍ତ୍ରୀ ଉଜ୍ଜଳା ଗ୍ୟାସ ଯୋଜନାକୁ ନେଇ କଂଗ୍ରେସ ପକ୍ଷରୁ ଆଣିଥିବା ଅଭିଯୋଗ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ଲମ୍ବା ସମୟ ଧରି ଶାସନରେ ରହିଲେ ସେମାନେ ଦେଶକୁ ପଛରେ ପକାଇଲେ। ୨୦୧୪ରେ ମୋଦି ସରକାର ଶାସନକୁ ଆସିବା ବେଳକୁ ଓଡିଶାରେ ରହିଥିବା ୧କୋଟି ଘର ମଧ୍ୟରୁ ମାତ୍ର ୨୦ ଲକ୍ଷ ଘରେ ଏଲପିଜି ପହଞ୍ଚି ପାରିଥିଲା। ଏହା ହେଉଛି କଂଗ୍ରେସ ଶାସନର ୬୦ବର୍ଷର ପାରିବାପଣିଆ। ତେବେ ମୋଦି ସରକାରଙ୍କ ସାଢେ ୪ ବର୍ଷରେ ୭୫ ଲକ୍ଷ ଘରେ ଗ୍ୟାସ ପହଞ୍ଚାଇ ପାରିଛନ୍ତି । କଂଗ୍ରେସ ହେଉଛି ଅସହିଷ୍ଣୁ ଓ ଅପାରଗ । ଏନେଇ କହିବାର କଂଗ୍ରେସର ନୈତିକ ଅଧିକାର ନାହିଁ।
ସେହିପରି ରାଜ୍ୟରେ ଅସାଧୁ ମିଲ୍ ମାଲିକମାନଙ୍କ ସହ ମିଶି ଯୋଗାଣବିଭାଗ ବିଜେଡି ପାଇଁ ପାଣ୍ଠି ଯୋଗାଡରେ ଲାଗିଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଧାନବିକ୍ରି ହୋଇପାରୁ ନଥିବା ନେଇ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି ​‌େ​‌ଯ ଅସାଧୁ ମିଲ୍ ମାଲିକମାନଙ୍କ ସହ ମିଶି ସରକାର ଚାଷୀଙ୍କୁ ଧୋକ୍କା ଦେବା ଆରମ୍ଭ କରିଦେଇଛନ୍ତି। ଗତବର୍ଷ ଧାନର ସହାୟକ ମୂଲ୍ୟ ୧୫୫୦ ଟଙ୍କା ଥିଲା। କେନ୍ଦ୍ର ସରକାର ଏହାର ମୂଲ୍ୟରେ ଦେଢଗୁଣା ବୃଦ୍ଧି କରି ୧୭୫୦ ଟଙ୍କା କରିଛନ୍ତି। କିନ୍ତୁ ୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ବରଗଡର ସୋଏଲାଠାରେ ଚାଷୀଙ୍କୁ ୧୦୦ ଟଙ୍କାର ବୋନସ ଦେବାନେଇ ଘୋଷଣା କରିଥିଲେ ହେଁ ଏଯାଏଁ ମିଳିଲାନାହିଁ କାହିଁକି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories