www.samajalive.in
Saturday, December 6, 2025
26.1 C
Bhubaneswar

ସୋମବାର ରାଶିଫଳ

ମେଷ: ମନ ଚଞ୍ଚଳ ରହିବ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ପ୍ରଭାବ ବିସ୍ତାର କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନେବା ଅନୁଚିତ। ମଧୁରଭାଷୀ ହେବେ। ନୈରାଶ୍ୟ ମନୋଭାବର ହେବେ।

ବୃଷ: ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ମନରେ ସେବା ଭାବନା ଜାଗ୍ରତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ରାଜକୋଷ ଅର୍ଥ ମିଳିପାରେ। ସମ୍ମାନିତ ହେବେ। ଲୋକପ୍ରିୟତା ବୃଦ୍ଧି ହେବ।

- Advertisement -

ମିଥୁନ: ନିଷ୍ଠାପର ଭାବେ କାର୍ଯ୍ୟ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଶାନ୍ତି ପାଇବେ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଭିନ୍ନ ଭିନ୍ନ କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆନୁପାତିକ କାର୍ଯ୍ୟ କରିବାରେ ସକ୍ଷମ ହେବେ।

କର୍କଟ: କାହାରି କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ପୈତୃକ ସମ୍ପତ୍ତିକୁ ନେଇ କାର୍ଯ୍ୟ ବ୍ୟସ୍ତ ରହିବେ। ବିଳାସ ବ୍ୟସନ କରିପାରନ୍ତି। କୌଶଳରେ କାର୍ଯ୍ୟ ସିଦ୍ଧି ଘଟାଇ ପାରନ୍ତି। ଶୟନ ସୁଖ ମିଳିବ। ସର୍ବାଙ୍ଗୀଣ ଉନ୍ନତି ହେବ।

ସିଂହ: ସୁଖ ଅନୁଭବ କରିପାରନ୍ତି। କିଛି ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିବେ। ଅତ୍ୟଧିକ ପରିଶ୍ରମ ପଡ଼ିପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ବନ୍ଧୁଙ୍କ ଗହଣରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ଭଲ ଭାବେ ଚିନ୍ତା କରିପାରନ୍ତି।

କନ୍ୟା: ଦୂରଯାତ୍ରା ଫଳପ୍ରଦ ହୋଇପାରେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ପ୍ରଶଂସିତ ହେବେ। ବ୍ୟବସାୟ ଲାଭଜନକ ହେବ। ବନ୍ଧୁ ସହଯୋଗ ପାଇ ଆନନ୍ଦ ଅନୁଭବ କରିବେ। କୀର୍ତ୍ତିମାନ୍‍ ହେବେ।

ତୁଳା: ଧର୍ମ-କାର୍ଯ୍ୟ ସମ୍ପାଦନ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ। ବ୍ୟବସାୟ ଲାଭ ଜନକ ହେବ। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିଷ୍ପତ୍ତି ନେବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ।

ବିଛା: ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ଭୋଗ-ବିଳାସ ବ୍ୟସନରେ ଦିନ ବିତାଇ ପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ବ୍ୟବସାୟ ଲାଭଜନକ ହେବ। ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି।

ଧନୁ: କଥା କମ୍‍-କାମ ଅଧିକରେ ବିଶ୍ୱାସ କରିବେ। ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମମାର୍ଗରେ ମନୋନିବେଶ କରିବେ। ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି।

ମକର: ମାନସିକ ଭାରସାମ୍ୟ ରକ୍ଷା କରିବାକୁ ଚେଷ୍ଟା କରିବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। କର୍ମ ଚଞ୍ଚଳତା ପ୍ରକାଶ ପାଇବ। ମନରେ ପ୍ରସନ୍ନତା ଆସିବ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହେବ।

କୁମ୍ଭ: ଆଶାବାଦୀ ହୋଇପାରନ୍ତି। କର୍ମରେ ଅଗ୍ରଗତି ଘଟିବ। ଚିନ୍ତାଧାରା ଉନ୍ନତମାନର ହେବ। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ଭାବି ଚିନ୍ତା କରିବାକୁ ପଡ଼ିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

ମୀନ: ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। ପ୍ରଚୁର ଧନପ୍ରାପ୍ତ ହୋଇ ଆତ୍ମସନ୍ତୋଷ ଲାଭ କରିବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ପଦୋନ୍ନତି ପାଇଁ ଖୁସି ହେବେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories