www.samajalive.in
Saturday, December 6, 2025
14.1 C
Bhubaneswar

ବନ୍ଦୋବସ୍ତ ଓ ଚକବନ୍ଦୀ ଶୁଣାଣି କରିବେ ଅତିରିକ୍ତ ଜିଲାପାଳ

ଭୁବନେଶ୍ବର:ରାଜ୍ୟ ସରକାରଙ୍କ ମୁଣ୍ଡରେ ଜମିଜମା ବନ୍ଦୋବସ୍ତ ଓ ଚକବନ୍ଦୀ ସଂକ୍ରାନ୍ତୀୟ ମାମଲା ଭାର ବଢ଼ି ଚାଲିଥିବାବେଳେ ଲୋକେ ରାଜସ୍ବ ସେବାର ସୁଫଳ ପାଇ ପାରୁ ନାହାନ୍ତି। ଜନସାଧାରଣ କିଭଳି ଏହି ଝମେଲାରୁ ମୁକ୍ତ ହେବେ ସେହି ଆଭିମୁଖ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏହାର ବିଚାର ଦାୟିତ୍ବ ଅତିରିକ୍ତ ଜିଲାପାଳଙ୍କୁ ନ୍ୟସ୍ତ କରାଯାଇଛି। ଏଣିକି ଅତିରିକ୍ତ ଜିଲାପାଳମାନେ ସମସ୍ତ ରିଭିଜନ ମାମଲାଗୁଡିକ ଶୁଣାଣି କରିପାରିବେ ବୋଲି ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତି କହିଛନ୍ତି।
ଗୁରୁବାର ସଚିବାଳୟରେ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି ଯେ ବିଭିନ୍ନ କମିଶନର ଓ ଅତିରିକ୍ତ କମିଶନରଙ୍କ ପାଖରେ ପ୍ରାୟ ୧.୨୩ଲକ୍ଷ ରିଭିଜନ ମାମଲା ପଡି ରହିଛି। ଯାହାଫଳରେ ଲକ୍ଷାଧିକ ଲୋକେ ଜମିଜମା ସଂକ୍ରାନ୍ତୀୟ ମାମଲା ଲାଗି କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେଉଛନ୍ତି। ଏସଂକ୍ରାନ୍ତରେ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିନାମା ପ୍ରକାଶ ପାଇଛି। ଯାହାଦ୍ବାରା ଏଣିକି ଆଞ୍ଚଳିକ କୋର୍ଟରେ ଦାଖଲ ହୋଇଥିବା ଏବଂ ବିଚାର ପାଇଁ ନିଆଯାଇ ନଥିବା ମାମଲାଗୁଡିକ ସଂପୃକ୍ତ ଜିଲାର ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଫଇସଲା ହେବ। ଏହାସହିତ ନୂତନ ରିଭିଜନ ମାମଲାଗୁଡିକ ମଧ୍ୟ ଅତିରିକ୍ତ ଜିଲାପାଳ ଶୁଣାଣି କରିବେ। ଏଥିପାଇଁ ରାଜ୍ୟରେ ୧୯ଟି ଜିଲାର ଅତିରିକ୍ତ ଜିଲାପାଳଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ବୈଠକରେ ରାଜସ୍ବ ବିଭାଗ ପ୍ରମୁଖ ସଚିବ ଡ. ଚନ୍ଦ୍ରଶେଖର କୁମାରଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories