ପ୍ରଦୂଷିତ ପାନୀୟ ଜଳ; ୫୫ଟି ହୋଟେଲକୁ ନୋଟିସ୍

0

ପୁରୀ: ପର୍ଯ୍ୟଟକଙ୍କୁ ପ୍ରଦୂଷିତ ପାନୀୟ ଜଳ ଯୋଗାଉଥିବା ଅଭିଯାଗରେ ପୁରୀ ସବ୍ ଡିଭିଜନାଲ ମାଜିଷ୍ଟେଟ୍ ଭବତରଣ ସାହୁଙ୍କ ୫୫ଟି ହୋଟେଲ ମାଲିକଙ୍କୁ ନୋଟିସ୍ ଜାରି କରିଛନ୍ତି । ଭାରତୀୟ ଦଣ୍ଡବିଧି ଆଇନ ଧାରା ୧୩୩ ଆଧାରରେ ନୋଟିସ ଜାରି କରାଯାଇଛି । ହୋଟେଲରେ ପ୍ରଦୂଷିତ ପାନୀୟ ଜଳ ଦିଆଯାଉଥିବା  ଅଭିଯୋଗ ଆସିବା ପରେ ପୁରୀ ଜନସ୍ବାସ୍ଥ୍ୟ ବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଥିଲା। ଏହି ରିପୋର୍ଟ ଆଧାରରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave A Reply