www.samajalive.in
Saturday, December 13, 2025
27.1 C
Bhubaneswar

ପୂର୍ବାଞ୍ଚଳ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‍ଯାପିତ: କିଟ୍‍ ରନର୍ସଅପ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବାଞ୍ଚଳ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‍ଯାପିତ ହୋଇଯାଇଛି। ଏଥିରେ ପୁରୁଷ ବାସ୍କେଟବଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚମ୍ପିଆନ, ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ରନର୍ସଅପ,କିଟ୍‍ ବିଶ୍ୱବିଦ୍ୟାଳୟ ଚତୁର୍ଥ, ପୁରୁଷ ଭଲିବଲରେ ଏମ୍‍.ଜି କାଶୀ ବିଦ୍ୟାପୀଠ ଚମ୍ପିଆନ,ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ରନର୍ସଅପ, କିଟ ଚତୁର୍ଥ, ମହିଳା ବ୍ୟାଡ଼ମିଣ୍ଟନରେ ଭି.ବି.ଏସ୍‍ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଚମ୍ପିଆନ, ରାଞ୍ଚି ବିଶ୍ୱବିଦ୍ୟାଳୟ ରନର୍ସଅପ, ପୁରୁଷ ଟେନିସରେ ପଣ୍ଡିତ ରବୀଶଙ୍କର ବିଶ୍ୱବିଦ୍ୟାଳୟ ଚମ୍ପିଆନ, କିଟ୍‍ ବିଶ୍ୱବିଦ୍ୟାଳୟ ରନର୍ସଅପ, ମହିଳା ଟେନିସରେ ବିଆରଏ ବିହାର ବିଶ୍ୱବିଦ୍ୟାଳୟ ଚମ୍ପିଆନ, କିଟ୍‍ ବିଶ୍ୱବିଦ୍ୟାଳୟ ରନର୍ସଅପ, ସୋଆ ବିଶ୍ୱବିଦ୍ୟାଳୟ ଚତୁର୍ଥ, ପୁରୁଷ ହକିରେ ଏମ.ଜି କାଶୀ ବିଦ୍ୟାପୀଠ ଚମ୍ପିଆନ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରନର୍ସଅପ, ଉତ୍କଳ ବିଶ୍ୱବିଦ୍ୟାଳୟ ଚତୁର୍ଥ, ମହିଳା ହକିରେ ରାଞ୍ଚି ବିଶ୍ୱବିଦ୍ୟାଳୟ ଚମ୍ପିଆନ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରନର୍ସଅପ ହୋଇଛନ୍ତି। ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ୪ ଦଳ ଆସନ୍ତା ଡିସେମ୍ବର ୨୬ରୁ ୨୯ ପର୍ୟ୍ୟନ୍ତ କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରଂହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ପ୍ରତିଯୋଗିତା ବ୍ୟାଡ଼ମିଣ୍ଟନ, ଭଲିବଲ, ହକି, ଟେନିସ ବିଭାଗରେ ଅନୁଷ୍ଠିତ ହୋଇଥିଲା। ଉଦ୍‍ଯାପନୀ ଉତ୍ସବରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ପ୍ରଫେସର ଅଚ୍ୟୁତ ସାମନ୍ତ, କିଟ୍‍ ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories