www.samajalive.in
Thursday, December 11, 2025
18.1 C
Bhubaneswar

ଜାପାନକୁ ୯-୦ ଗୋଲ୍‍ରେ ହରାଇଲା ଭାରତ

ମସ୍କାଟ୍‍: ଏଠାରେ ଚାଲିଥିବା ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ୩ୟ ବିଜୟ ହାସଲ କରିଛି ଭାରତ। ରବିବାର ଖେଳା ଯାଇଥିବା ୩ୟ ଲିଗ୍‍ ମ୍ୟାଚ୍‍ରେ ଜାପାନକୁ ୯-୦ ଗୋଲ୍‍ର ବିପୁଳ ବ୍ୟବଧାନରେ ଭାରତ ପରାସ୍ତ କରିଛି। ଏହି ବିଜୟ ସହ ୩ଟି ମ୍ୟାଚ୍‍ରୁ ୯ ପଏଣ୍ଟ ସହ ଭାରତ ଟେବୁଲ ଶୀର୍ଷରେ ପହଞ୍ଚି ସେମିଫାଇନାଲ ଖେଳିବା ପ୍ରାୟ ନିଶ୍ଚିତ କରିଛି। ୨୩ରେ ମାଲେସିଆ ବିପକ୍ଷରେ ଭାରତ ୪ର୍ଥ ମ୍ୟାଚ୍‍ ଖେଳିବ। ଗତ ଏସୀୟ କ୍ରୀଡ଼ା ସେମିଫାଇନାଲରେ ମାଲେସିଆଠାରୁ ଭାରତ ପରାସ୍ତ ହୋଇଥିବା ବେଳେ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ପଡ଼ିଆକୁ ଓହ୍ଲାଇବ।
ଓମାନ୍‍ ଓ ପାକିସ୍ତାନକୁ ହରାଇଥିବା ଭାରତ ଆତ୍ମବିଶ୍ୱାସର ସହ ଜାପାନ ସହ ଖେଳିଥିଲା। ୪ର୍ଥ ମିନିଟରେ ଗତଥରର ଚମ୍ପିଆନ୍‍ ଭାରତ ପ୍ରଥମ ଗୋଲ୍‍ ଦେଇଥିଲା। ଆକାଶଦୀପ ସିଂହଙ୍କ ପାସ୍‍ରୁ ଲଳିତ ଉପାଧ୍ୟାୟ ଏହି ଗୋଲ୍‍ ଦେଇଥିଲେ। ୮ମ ମିନିଟରେ ଭାରତକୁ ମିଳିଥିବା ପେନାଲ୍‍ଟି କର୍ଣ୍ଣରକୁ ଜାପାନ ଗୋଲ୍‍ରକ୍ଷକ ରୋକିଥିଲେ। ତେବେ ଗୁରଜାନ୍ତ ସିଂହ ବଲ୍‍କୁ ଗୋଲ୍‍ ମଧ୍ୟକୁ ପଠାଇ ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଭାରତ ୨-୦ ଗୋଲ୍‍ରେ ଆଗୁଆ ରହିଥିଲା। ୧୭ ମିନିଟରେ ଗୋଲ୍‍ ଅଭିମୁଖୀ ବଲ୍‍ ଜାପାନ ଡିଫେଣ୍ଡରଙ୍କ ଶରୀରରେ ବାଜିବାକୁ ଭାରତକୁ ପେନାଲ୍‍ଟି ଷ୍ଟ୍ରୋକ୍‍ ମିଳିଥିଲା। ଏଥିରୁ ହରମନପ୍ରୀତ ସିଂହ ଗୋଲ୍‍ଦେଇ ଦଳକୁ ୩-୦ରେ ଆଗୁଆ କରିଥିଲେ। ୨୧ ମିନିଟରେ ପେନାଲ୍‍ଟି କର୍ଣ୍ଣରରୁ ଜୋରଦାର ହିଟ୍‍ମାରି ହରମନପ୍ରୀତ ସିଂହ ଭାରତ ପାଇଁ ୪ର୍ଥ ଗୋଲ୍‍ ଦେଇଥିଲେ। ଭାରତ ମଧ୍ୟାନ୍ତର ସୁଦ୍ଧା ୪-୦ ଗୋଲ୍‍ରେ ଆଗୁଆ ରହିଥିଲା। ୩୫ ମିନିଟରେ ଆକାଶଦୀପ ସିଂହ ଭାରତ ପାଇଁ ୫ମ ଗୋଲ୍‍ ସ୍କୋର୍‍ କରିଥିଲେ। ପରେ ଅଳ୍ପ ବ୍ୟବଧାନରେ କୋଥାଜିତ ସିଂହ ଓ ଲଳିତ ଉପାଧ୍ୟାୟ ଆଉ ୨ଟି ଗୋଲ୍‍ଦେଇ ଭାରତକୁ ୭-୦ ଗୋଲ୍‍ରେ ଆଗୁଆ କରିଥିଲେ। ୪୯ ମିନିଟରେ ପେନାଲ୍‍ଟି କର୍ଣ୍ଣରରୁ ବଲ୍‍ ପାଇ ମନଦୀପ ସିଂହ ଭାରତ ଲାଗି ୮ମ ଗୋଲ୍‍ ଦେଇଥିଲେ। ପରେ ଜାପାନକୁ କ୍ରମାଗତ ୨ଟି ପେନାଲ୍‍ଟି କର୍ଣ୍ଣର ମିଳିଥିଲେ ହେଁ ଉଭୟ ବେକାର ହୋଇଥିଲା। ୫୭ ମିନିଟରେ ଅଧିନାୟକ ମନପ୍ରୀତ ସିଂହଙ୍କ ପାସ୍‍ରୁ ମନଦୀପ ସିଂହ ଦଳ ପାଇଁ ୯ମ ତଥା ବ୍ୟକ୍ତିଗତ ୨ୟ ଗୋଲ୍‍ ଦେଇଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories