www.samajalive.in
Saturday, December 6, 2025
16.1 C
Bhubaneswar

ପାରାଗ୍ଲାଇଡ଼ିଙ୍ଗ ପାଇଁ ଯାଆନ୍ତୁ ଏହି ସ୍ଥାନ

ପକ୍ଷୀ ଭଳି ଆକାଶରେ ଉଡ଼ିବାକୁ ସଭିଁଙ୍କ ଇଚ୍ଛା। ଆପଣ ଯଦି ଉନ୍ମକ୍ତ ଭାବରେ ଆକାଶରେ ଉଡ଼ିବାକୁ ଚାହୁଁଛନ୍ତି ତେବେ ପାରାଗ୍ଲାଇଡ଼ିଙ୍ଗ କରନ୍ତୁ। ଏହି ଆଡ଼ଭେନଚର କାର୍ଯ୍ୟକଳାପ ଆପଣଙ୍କର ଉଡ଼ିବାର ସ୍ୱପକୁ ପୂରଣ କରିପାରିବେ। ଭାରତରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ଆପଣଙ୍କ ସ୍ୱପ୍ନ ପୂରଣ କରି ପାରିବେ। ପାରାଗ୍ଲାଇଡ଼ିଙ୍ଗ ପାଇଁ ଉତ୍ତରାଖଣ୍ଡ ହେଉଛି ଏକ ପ୍ରସିଦ୍ଧ ସ୍ଥାନ। ଏହା ଛଡ଼ା ରାଜସ୍ଥାନର ମାଉଣ୍ଟଆବୁ ମଧ୍ୟ ବେଶ ପ୍ରସିଦ୍ଧ ଅଟେ। ଯଦି ଆପଣ ପାହାଡ଼ ଏବଂ ନଦୀର ପରିବେଶ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଉତ୍ତରାଖଣ୍ଡର ନୈନିତାଲ ଏବଂ ହିମାଚଳର ବିର ବିଲିଙ୍ଗ ସବୁଠାରୁ ସୁନ୍ଦର ସ୍ଥାନ ଅଟେ।
ଏହି ପାରାଗ୍ଲାଇଡ଼ିଙ୍ଗ କରିବା ପାଇଁ ଅତ୍ୟଧିକ ସାହସର ଆବଶ୍ୟକତା ରହିଛି। ହିମାଚଳର ବିର ବିଲିଙ୍ଗ ସମୁଦ୍ର ପତନ ଠାରୁ ୨୬୦୦ ମିଟର ଉଚ୍ଚରେ ରହିଛି। ଏଠାରେ ଆପଣ ମାଉଂଟେନ ବାଇକିଙ୍ଗ, ଟ୍ରାକିଙ୍ଗ ଏବଂ କ୍ୟାମ୍ପିଙ୍ଗ ମଧ୍ୟ କରି ପାରିବେ। ସେହି ଭଳି ଆଉ ଏକ ସ୍ଥାନ ହେଉଛି ଇନ୍ଦ୍ରୁନାଗ। ଏହି ସ୍ଥାନ ଧର୍ମଶାଳା, ମାର୍କେଟର ୫ କିମି ଦୂରରେ ରହିଛି। ସମୁଦ୍ର ପତନ ରୁ ୨୦୦୦ ଫୁଟ ଉଚ୍ଚରେ ଏହି ସ୍ଥାନ ରହିଛି। ପ୍ରତିବର୍ଷ ଏଠାକୁ ବହୁ ପର୍ଯ୍ୟଟନ ଆସିଥାଆନ୍ତି। ଭ୍ରମଣ ସହ ପାରାଗ୍ଲାଇଡ଼ିଙ୍ଗର ମଧ୍ୟ ମଜା ନେଇଥାଆନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories