www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନର ଖର୍ଚ୍ଚ କାଟ ଯୋଜନା: ବୈଠକରେ କେବଳ ଚକଲେଟ୍‍

ଇସଲାମାବାଦ୍‍: ଗୁରୁତର ଆର୍ଥିକ ସଙ୍କଟରୁ ପାକିସ୍ତାନକୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କାଟ କରିବାରେ ଲାଗିଛନ୍ତି। ସରକାରୀ ଅଧିକାରୀଙ୍କ ବିଳାସପୂର୍ଣ୍ଣ ଗସ୍ତକୁ କାଣ୍ଟଛାଣ୍ଟ କରିବା ପାଇଁ ପ୍ରାୟ ୭୦ ବିଳାସପୂର୍ଣ୍ଣ ସରକାରୀ ଗାଡ଼ି ନିଲାମ କରାଯାଇଥିବା ବେଳେ ସରକାରୀ ଅଟ୍ଟାଳିକାକୁ ଖାଲି କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଖର୍ଚ୍ଚ କାଟ ପାଇଁ ଇମ୍ରାନ୍‍ ଏବେ ପୁଣି ଏକ ନୂଆ ଯୋଜନା ଆପଣେଇଛନ୍ତି। ଏଣିକି ପାକିସ୍ତାନର ସରକାରୀ ବୈଠକରେ ଭୋଜନ ବଦଳରେ ମିଳିବ କେବଳ ଚକଲେଟ୍‍।
କିଛି ଦିନ ତଳେ ପାକିସ୍ତାନକୁ ଲହୁଣି ଓ ବିଳାସପୂର୍ଣ୍ଣ ସାମଗ୍ରୀ, ମୂଲ୍ୟବାନ କାର ଓ ସ୍ମାର୍ଟ ମୋବାଇଲ୍‍ ଫୋନ୍‍ ଆମଦାନୀ ଉପରେ କଟକଣା ଜାରି କରାଯାଇଥିଲା। ଦେଶର ବୈଦେଶିକ ମୁଦ୍ରାଭଣ୍ଡାର କମି କମି ଯାଉଥିବାରୁ ସେହି ସବୁ ବିଳାସପୂର୍ଣ୍ଣ ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗୁ ପାଇଁ ଇମ୍ରାନ୍‍ ସରକାର ନିଷ୍ପତ୍ତି ନେଇଥିଲେ।
ଅପରପକ୍ଷରେ ଇମ୍ରାନ୍‍ ସରକାରଙ୍କ ଖର୍ଚ୍ଚ କାଟ ନିଷ୍ପତ୍ତି ଦେଶର ଅର୍ଥନୀତିରେ ସୁଧାର ପାଇଁ ସେତେଟା ପ୍ରଭାବଶାଳୀ ସାବ୍ୟସ୍ତ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ୨୨୧ ବିଲିୟନ ଟଙ୍କାର ବାର୍ଷକ ବଜେଟ୍‍ ତୁଳନାରେ ଖର୍ଚ୍ଚ କାଟ ପରିମାଣ ମାତ୍ର ୨୦% ବୋଲି ପାକିସ୍ତାନର ସଷ୍ଟେନେବଲ୍‍ ଡେଭେଲପ୍‍ମେଣ୍ଟ ପଲିସି ଇନ୍‍ଷ୍ଟିଚ୍ୟୁଟ୍‍ର ନିର୍ବାହୀ ନିର୍ଦେଶକ ଭି ଅହମ୍ମଦ କହିଛନ୍ତି।
ସୂଚନାଯୋଗ୍ୟ, ପାକିସ୍ତାନର ବଜେଟ୍‍ ନିଅଣ୍ଟ ୨.୯ ଟ୍ରିଲିୟନ୍‍ ଟଙ୍କା(୧ ଟ୍ରିଲିୟନ= ୧ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି। ଏହା ପାକିସ୍ତାନର ମୋଟ ଘରୋଇ ଉତ୍ପାଦର ୭.୨%। କରେଣ୍ଟ ଆକାଉଣ୍ଟ ନିଅଣ୍ଟ ପରିମାଣ ଜିଡିପିର ୫%ରେ ପହଞ୍ଚିଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୨% ହ୍ରାସ ପାଇଛି। ୨୦ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୧% ଲୋକ କର ପୈଠ କରୁଥିବା ବେଳେ ବୈଦେଶିକ ମୁଦ୍ରା ଭଣ୍ଡାର ୧୦ ବିଲିୟନ ଡଲାର ତଳକୁ ହ୍ରାସ ପାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ମଧ୍ୟ ପାକିସ୍ତାନକୁ ଆଉ ଅଧିକ ଋଣ ଦେବା ପାଇଁ ମନା କରି ଦେଇଛି। ତେଣୁ ବନ୍ଧୁ ରାଷ୍ଟ୍ର ଚୀନ୍‍ ଓ ସାଉଦି ଆରବରୁ ଋଣ ସହାୟତା ପାଇଁ ପାକିସ୍ତାନ ଅନୁରୋଧ କରିବ ବୋଲି ଜଣାପଡ଼ିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories