www.samajalive.in
Saturday, December 6, 2025
26.1 C
Bhubaneswar

ଦର୍ଶକଙ୍କ ଗୋଡ଼ ଭାଙ୍ଗିଦେବାକୁ ଧମକ ଦେଲେ ବାବୁଲ ସୁପ୍ରିୟୋ

ଆସାନସୋଲ୍‍: ‘ଚୁପ୍‍ ଚାପ ଯଦି ନ ବସିବ ତେବେ ଗୋଡ଼ ଭାଙ୍ଗି ଦେବି। ଆଉ ହ୍ୱିଲ୍‍ ଚେୟାର ଧରାଇ ଦେବି।’ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍‍ଚେୟାର ପ୍ରଦାନ ପାଇଁ ଅର୍ଥ ସଂଗ୍ରହ ନିମିତ୍ତ ଆୟୋଜିତ ଏକ ସମାରୋହରେ ଜଣେ ଦର୍ଶକଙ୍କୁ ଏଭଳି ଢଙ୍ଗରେ ଧମକ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ୍‍ ସୁପ୍ରିୟୋ। କାର୍ଯ୍ୟକ୍ରମରେ ବାବୁଲ୍‍ ସଂଗୀତ ପରିବେଷଣ କରୁଥିବା ବେଳେ ଜଣେ ଦର୍ଶକ ଇତସ୍ତତ ବୁଲୁଥିବା ଦେଖିଯାଇଥିଲା। ଏଥିରେ ଉତ୍‍କ୍ଷିପ୍ତ ହୋଇ ବାବୁଲ୍‍ ସେହି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କଡ଼ା ଭାଷା ବ୍ୟବହାର କରିଥିଲେ। ବ୍ୟକ୍ତିଜଣକ ଯଦି ତାଙ୍କ ଆସନରୁ ଉଠନ୍ତି ତେବେ ତାଙ୍କ ଗୋଡ଼ ଭାଙ୍ଗି ଦେବାକୁ ବାବୁଲ ସୁରକ୍ଷା କର୍ମୀଙ୍କୁ ନିର୍ଦେଶ ଦେଇଥିଲେ। ବାବୁଲ୍‍ଙ୍କ ଏଭଳି ଆଚରଣ ନୂଆ ନୁହେଁ। ଗତ ମାର୍ଚ୍ଚ ମାସରେ ଆସାନ୍‍ସୋଲ୍‍ ଗସ୍ତ ବେଳେ ମଧ୍ୟ ସେ କିଛି ଲୋକଙ୍କୁ ଜୀବନ୍ତ ପୋତି ଦେବାକୁ ଧମକ ଦେଇଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories