ନେପାଳ ବିମାନ ଦୁର୍ଘଟଣାଗସ୍ତ:୨ପାଇଲଟ ମୃତ

0

କାଠମାଣ୍ଡୁ: ମାକାଲୁ ଏଆରଲାଇନ୍ସର ଏକ ପଣ୍ୟବାହୀ ବିମାନ ଦୁର୍ଘଟଣାଗସ୍ତ ହେବାରୁ ଘଟଣାସ୍ଥଳରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଯାଇଛି। ଆଜି ପୂର୍ବାହ୍ନରୁ ଏହି ବିମାନ ଆକାଶ ମାର୍ଗରେ ଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇ ଥିଲା। ବିମାନଟି ନିଖୋଜ ହେବାର ୪ଘଣ୍ଟା ପରେ ହୁମଲା ଜିଲାରେ ଏହାର ଭଗ୍ନାବଶେଷ ପଡ଼ିଥିବା ଖବର ମିଳିଥିଲା। ବିମାନର ପାଇଲଟ ଓ କୋ- ପାଇଲଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ତାଙ୍କ ମୃତଦେହକୁ କାଠମାଣ୍ଡୁ ନିଆଯାଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିବାବେଳେ ଏ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି। ଦୁଇ ମାସ ପୂର୍ବେ ୟୁଏସ- ବାଂଲା ଏଆରଲାଇନ୍ସର ଆଉ ଏକ ବିମାନ ଏଭଳି ଦୁର୍ଘଟଣାଗସ୍ତ ହୋଇଥିବାବେଳେ ଏଥିରେ ୫୧ଜଣ ପ୍ରାଣ ହରାଇ ଥିଲେ।

Leave A Reply