ନିସ୍ୱାର୍ଥପର ସେବା ଓ ତ୍ୟାଗର ପ୍ରତୀକ ଥିଲେ ଗୋପବନ୍ଧୁ

ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଶ୍ରାଦ୍ଧ ଦିବସ ପାଳିତ

ଗୁରୁଡିଝାଟିଆ:  ପ୍ରତିକୂଳ ପରିବେଶ ଭିତରେ ଗତି କରି ଝଡି, ବଢି ଓ ମରୁଡି ପ୍ରପୀଡିତ ଅସହାୟ ଦୁସ୍ଥ ଜନଙ୍କ ଯର୍ଥାର୍ଥ ପ୍ରତିନିଧି ଥିଲେ ମହାନ ଦେଶ ସେବକ ,ମୁକ୍ତିସଂଗ୍ରାମୀ ଓ ବକୁଳବନର ସନ୍ଥ ପୂଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ବୋଲି ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଉକ୍ରଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ରେ ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ମତପ୍ରକାଶ କରିଥିଲେ । ଉକ୍ରଳମଣି ସେବାକୁ ଜୀବନର ବ୍ରତ କରିଥିଲେ । ଜୀବନରେ ସବୁ ହରାଇଲା ପରେ ଭାଙ୍ଗି ନପଡି ଦୁଃଖିଜନଙ୍କ ସେବାରେ ନିଜକୁ ନିର୍ଲିପ୍ତ କରିଦେଇଥିଲେ ।

‘ସମାଜ’ ଖବର କାଗଜ ମାଧ୍ୟମରେ ପରାଧିନ ଉକ୍ରଳର ବାସ୍ତବ ଚିତ୍ରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଏହାକୁ ମହାଦ୍ରୁମରେ ପରିଣତ କରିଥିଲେ । ସରକାରଙ୍କ ଗଣ୍ଡା ଗଣ୍ଡା ଯୋଜନା ରହିଥିଲେ ମଧ୍ୟ ବଢି, ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ମନେ ପଡନ୍ତି ପୂଣ୍ୟାତ୍ମା ଗୋପବନ୍ଧୁ ବୋଲି ଡାକ୍ତର ଶ୍ରୀ ଦାଶ କହିଥିଲେ । ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ୍‌ ଆନନ୍ଦ ଶ୍ରାଦ୍ଧଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ ଗୋପବନ୍ଧୁ ଥିଲେ ମଣିଷ ପଣିଆର ଚଳନ୍ତି ପ୍ରତିମା ।

ସାଧାରଣ ଜୀବନଶୈଳୀ ଭିତରେ ଉଚ୍ଚ ଚିନ୍ତନ ଭାବଧାରା ନେଇ ଉକ୍ରଳମାତାର ଉନ୍ନତି ରେ ନିଜକୁ ସମର୍ପି ଦେଇଥିବା କହିବା ସହ ବିଦ୍ୟାର୍ଥୀମାନେ ଉକ୍ରଳମଣ ଙ୍କ ସେବାଭାବରେ ନିକକୁ ଗଢିତୋଳିବା ନିମନ୍ତେ କହିଥିଲେ । ନର୍ସିଂ ବିଦ୍ୟାର୍ଥୀ କ୍ଷଣପ୍ରଭା ଜେନା,ସ୍ମୃତି ଶତଭିଷା,ଅମିଶା ସ୍ୱାଇଁ ଓ ତୁଳସୀ ନାୟକ ପ୍ରମୁଖ ଉକ୍ରଳମଣିଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଚିକିତ୍ସାଳୟ ପରିସରରେ ଥିବା ଉକ୍ରଳମଣି ଙ୍କ ପ୍ରତିମୂର୍ତ୍ଥିରେ ସମସ୍ତ ବିଦ୍ୟାର୍ଥୀ ଓ ଅଧ୍ୟାପିକା,ଅଧ୍ୟାପକ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ଅଧ୍ୟାପକ ବିକ୍ରମ କେଶରୀ ଉାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଧାଦାମୋଦରପୁରସ୍ଥିତ ଧବଳେଶ୍ୱର ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁଟ ପରିସରରେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧଉତ୍ସବ ପାଳିତ ହୋଇଛି । ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ରଳମଣି ନିସହାୟ, ଦୁଃଖି ମଣିଷର ଶେଷ ଆଶ୍ରୟସ୍ଥଳ ଓ ନିସ୍ୱାର୍ଥପର ସେବା ଓ ତ୍ୟାଗର ପ୍ରତୀକ ଥିଲେ ବୋଲି କହିଥିଲେ । ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଇଂ ସୁବ୍ରତ ଦାସ ଉତ୍ସବରେ ପୌରହିତ୍ୟ କରି କହିଥିଲେ ପୂଣ୍ୟାତ୍ମା ଗୋପବନ୍ଧୁ ଥିଲେ ଯୋଗଜନ୍ମା । ଦୃଢ ଇଚ୍ଛାଶକ୍ତି ଯୋଗୁଁ ପ୍ରତିକୂଳ ପରିବେଶରେ ହାର ନମାନି ପରୋପକାରକୁ ଜୀବନର ଭୂଷଣ କରି ଅସହାୟ, ଦୁସ୍ଥ ମଣିଷ ମୁହଁରେ ଫୁଟାଉଥିଲେ ହସ । ବିଦ୍ୟାର୍ଥୀମାନେ ଉକ୍ରଳମଣିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିର୍ଲିପ୍ତ ସେବା ଦୀକ୍ଷାରେ ନିଜକୁ ଦୀକ୍ଷିତ କରିବା ନିମନ୍ତେ ଇଂ ଦାସ କହିଥିଲେ । ଆଠଗଡ ସହକାରୀ ବନ ସଂରକ୍ଷକ ଡାକ୍ତର ଚିଚିଲିଚି ବିଶ୍ୱାଳ ଉକ୍ରଳମଣିଙ୍କୁ ବିଶ୍ୱର ମଣି ବୋଲି ଅଭିହିତ କରି ଆମ ସମସ୍ତଙ୍କ ଆଦର୍ଶ ଓ ସେବାର ମୂର୍ତ୍ତମନ୍ତ ପ୍ରତୀକ ବୋଲି କହିଥିଲେ ।

ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନିଳମାଧବ ସାହୁ , ସାମ୍ବାଦିକ ଶ୍ମେତକାନ୍ତ ବେହେରା, ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ନାୟକ, ପ୍ରଶାସନିକ ଅଧିକାରୀ ରମଣୀ ରଞ୍ଜନ ନାୟକ, ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷା ମଞ୍ଜୁଳା ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପୂଣ୍ୟାତ୍ମାଙ୍କ ଜୀବନ ଆଦର୍ଶ ରେ ଅନୁପ୍ରାଣିତ ହେଲେ ଭଲ ଓ ବଡ ମଣିଷ ହୋଇପାରିବେ ବୋଲି କହିଥିଲେ । ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ ଓ ବିଦ୍ୟାର୍ଥୀମାନେ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ପରିବେଶକୁ ସୁସ୍ଥ ଓ ସୁନ୍ଦର ରୂପେ ଗଢିତୋଳିବାକୁ ଶପଥ ନେଇ ଚାରା ରୋପଣ ସହିତ ବନମହୋତ୍ସବ ପାଳନ କରିଥିଲେ । ଧବଳେଶ୍ୱର ଡିପ୍ଲେମା କଲେଜର ଅଧ୍ୟକ୍ଷ ଦେବକୀ ନନ୍ଦନ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.